ଅବ୍ୟକ୍ତ ଅନୁଭବ ୭ମ ଭାଗ
ଅବ୍ୟକ୍ତ ଅନୁଭବ ୭ମ ଭାଗ
ସବୁ କଥା କଣ କହିହୁଏ
ଯିଏ ଯେତେ ନିଜର ହେଉନା କାହିଁକି
କିଛି କଥା ଅନ୍ତରରେ ଲୁଚି ରହିବା ଭଲ
କହି ଦେଲେ କଥା ସରିଲା
ଅପରାଧ ଗୋଟେ ହେଇ ଯିବ ଯଦି
ମୁହଁ ଉପରେ କହିଲେ କଥା ସରିଲା
ଯେତେ ସମ୍ଭବ ସବୁ ଯନ୍ତ୍ରଣା ସବୁକୁ
ଛାତି ଭିତରେ ଲୁଚେଇ ଦେବା ଭଲ
ଏତେ ସହଜ ନୁହେଁ ବଞ୍ଚିବା
ଏଠି ପାନରୁ ଚୂନ ଖସିଲେ ମହାଭାରତ
ସମସ୍ତେ ବୁଝନ୍ତି ବୁଝାନ୍ତି
ନିଜ ଉପରକୁ କଥା ଆସିଲେ ଆଉ କି ସମ୍ଭାଳି ହୁଏ
କେତେ ଡରି ଡରି ବଞ୍ଚିବ ଯେ ମଣିଷ
କିଏ ରାଗିବ ସିଏ କଣ ଭାବିବ
ଏଇତ ଭାବିବା କଥା ମୃତ୍ୟୁ ଯାଏ
ବେପରୁଆ ହେଇ ବଞ୍ଚିଲା ଯିଏ
ଜୀବନଟା ସହଜ ତା'ର ବୋଲି ଜାଣ
ପ୍ରଶ୍ନବାଣର କି ତୀର୍ଯ୍ୟକ୍ ଦୃଷ୍ଟିର ପ୍ରଶ୍ନ ହିଁ ଉଠେନି
ନିଜ ମର୍ଜିର ମାଲିକ ବି କେବେ କେବେ ହେବା ଦରକାର
ସମ୍ପର୍କର, କର୍ତ୍ତବ୍ୟର ଦ୍ୱାହି କେତେ ଦିନ ସହିବ ମଣିଷ
ଏଇତ ଛୋଟ ଟିକେ ଜୀବନ
କେତେ ରୁନ୍ଧି ହେଇ ବଞ୍ଚିବା ଯେ
ଭାଙ୍ଗି ଯାଉ ସବୁ ନିୟମର ବନ୍ଧ ବାଡ
ବନ୍ଧନ ମୁକ୍ତ ପ୍ରାଣ ଚାହେଁ
ପିଇ ଯିବାକୁ ଚାହେଁ
ପେଟ ଭର୍ତ୍ତି ମୁକ୍ତ ବାୟୁ ।।