STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଅବୁଝା

ଅବୁଝା

1 min
188


ଅବୁଝା ଏ ମନ ମୋର

       ଝୁରେ ଖାଲି ରାତିଦିନ

 ସେଇଦିନ ସେଇ ମନ

       ବିକଳେ ଅଣ୍ଡାଳେ ପ୍ରାଣ।


ତୁ ଗଲୁ ବାଟ ଭାଙ୍ଗି

         ମୁଁ ପଡିଛି ସେଇମିତି

ବୁଝେଇ ପାରିବି ନାହିଁ

      ତୋ ବିନା ବଞ୍ଚେ କେମିତି।


ଅଛି ଜହ୍ନ ଅଛି ରାତି

         ଅଛି ବି ସେଇ ଆକାଶ

 ତୁ ନାହୁଁ ବୋଲି ପାଶେ

        ମୋ ମୁହଁରୁ ଲିଭିଛି ହସ।


ଦେଖି ଯା ମୁଁ ବଂଚିଅଛି

       ଜୀଅନ୍ତା ଶବଟେ ହୋଇ

ତଥାପି ଏ ଶବ ତୋତେ

      ଭୁଲି ପାରୁ ନାହିଁ କାଇଁ !


ଭାରି ଦରଜ ଦେଉଛନ୍ତି

      ତୋର ଯେତେ ଉପହାର 

ଡାଇରୀ ପୃଷ୍ଠାରେ ଆଜି

       ଗୋଲାପର ଲୁହଧାର।


ଆଖି ବୁଝି ଦେଲେ ପାଶେ

           ଆସି ଚୁପକି ଛିଡା ହେଉ

ଧରିବାକୁ ଗଲେ ତୋତେ

          କୁଆଡେ ଉଭେଇ ଯାଉ।


ଗଲୁ ତ ଗଲୁ ମୋତେ କାହିଁ

         ଏମିତି କଲବଲ କରୁ

ଶବଟାକୁ ଜଳାଇ ତୁ

        ଅଶାନ୍ତିରେ କିଆଁ ମାରୁ!


ପ୍ରଥମ ପ୍ରେମ ମୋର ତୁ ତ

         ରହିବୁ ସଦା ଏ ମନେ

ବେଳ ଅବେଳେରେ ଆସି

        ମିଠା ଯନ୍ତ୍ରଣା ଦେବୁ ପ୍ରାଣେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy