STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଅବୁଝା ମନ

ଅବୁଝା ମନ

2 mins
393

ଅବୁଝା ଏ ମନ ଗତି ତାର ତୀବ୍ର

କ୍ଷଣେ ଉଡଇ ଯୋଜନ

ଲଗାମ ନ ଥିଲେ ମନେ ଆଣି ଦିଏ

କେତେ ଯେ ଦୁଃଖ ଦହନ ।


ଅବୁଝା ଏ ମନ କର୍ମ କର୍ତ୍ତବ୍ୟରେ

ଆଶା ଯେବେ ଯୋଡି ରଖେ

ଜୀବନେ ଭରଇ ଅସହ୍ୟ ଯନ୍ତ୍ରଣା

ତିଳ ତିଳ ହୋଇ ଜଳେ ।


ଅବୁଝା ମନଟା ଆମ ଗୀତା ଜ୍ଞାନ

ଜାଣି କରି ଗର୍ବ କରେ

ଜୀବନରେ ଯଦି ଅଭ୍ୟାସ ନ କରେ

କି ଲାଭ ହେବ ସେଥିରେ ।


ଅବୁଝ। ମନଟା ତୁଳନାର ଜାଲେ

ଯେବେ ଛନ୍ଦି ହୋଇ ଯାଏ

ଜ୍ୱାଳା ଯନ୍ତ୍ରଣାରେ ଜୀବନ ଭରଇ

କିଛି ବି ଲାଭ ନ ହୁଏ ।


ଅବୁଝା ଏ ମନ ସପନରେ ଭାସି

ବାସ୍ତବତା ଭୁଲିଯାଏ 

ମାଟି କୁ ପାଶୋରି ନଭେ ଉଡୁ ଉଡୁ

ମାଟିରେ କଚାଡ଼ି ପଡ଼େ ।


ଅବୁଝା ଏ ମନ ଭଳି ଯାଏ ଯେବେ

ବାହାର ସୌନ୍ଦର୍ଯ୍ୟ ଦେଖି

ଆକର୍ଷଣକୁ ସେ ପ୍ରେମ ମନେ କରି

ଦେଦନା ଆଣଇ ଡାକି ।


ଅବୁଝା ମନରେ ଶବ୍ଦର ତରଙ୍ଗ

ଭଉଁରୀ ଯେ କାଟୁ ଥାଇ

ଲଗାମ ନଥିଲେ ଜୁଆର ଉଠଇ

ସବୁ ଧୋଇ ନେଉଥାଇ ।


ଅବୁଝା ଏ ମନ ବୁଝେ ନାହିଁ ଯେବେ

ସ୍ୱାଧୀନତା ପରିଭାଷା

ସ୍ଵେଚ୍ଛାଚାରୀତାର ବିଷ ଉଦ୍‌ଗାରଇ

ବାଣ୍ଟୁଥାଏ ବିଷ ଜ୍ଵାଳା ।


ଅବୁଝା ମନଟା ଭୁଲିଯାଏ ଯଦି

ମାନବିକ ମୂଲ୍ୟବୋଧ

ମଣିଷ ଜୀବନ ଅସଫଳ କରି

କରେ କେତେ ଅପରାଧ ।


ଅବୁଝା ମନଟା ସ୍ଵାର୍ଥରେ ପହଁରି

ଯଦି ଥଳ-କୂଳ ଲଙ୍ଘେ

ଶାନ୍ତି ବଦଳରେ ଅଶାନ୍ତିକୁ ଡାକେ

ଭାବନାର ବନ୍ଧ ଭାଙ୍ଗେ ।


ଅବୁଝା ମନଟା ସୁଖ ଖୋଜି ଖୋଜି

ମରୁବାଲି ପହଁରଇ

ସୁଖ ପରିଭାଷା ଆତ୍ମା ଠୁ ନ ଶୁଣେ

ଶେଷେ ଜୀବନ ହାରଇ ।


ଅବୁଝା ଏ ମନ ଗତି ତା ପ୍ରଖର

ଅସରନ୍ତି ଜାଲ ବୁଣେ 

ସେ ଜାଲରେ ମନ ଯଦି ବାନ୍ଧି ହୁଏ

ଜୀବନ କ୍ଷିନ୍‌ ଭିନ୍ ହୁଏ ।


ଅବୁଝା ମନ ର ଲଗାମ କୁ ଯଦି

ନ ରଖିବା ଆମେ ହାତେ

ମନ ବୁଲୁ ଥିବ ଦିଗ୍ ଭ୍ରାନ୍ତ ହୋଇ ଯେ

ପଥ ନ ପାଇବା କେବେ ।


ଅବୁଝା ମନର ଭାବନା ସ୍ରୋତରେ

ବିବେକ ବନ୍ଧ ବାନ୍ଧିବା

ଅବୁଝା ମନକୁ ସୁଭାବନା ସୂତ୍ରେ

ବନ୍ଧିତ ଯେ କରିଦେବା ।


ଅବୁଝା ମନ ର ଶଦ୍ଦ ଭଉଁରୀରେ

ଆତ୍ମିକ ସତ୍ତା ଯୋଡିବା

ଅବୁଝା ମନରୁ ଝରୁ ଥିବ ସଦା

ଅମୃତର ବାରିଧାରା ।


ଅବୁଝା ମନକୁ ବୁଝାଇବା ଚାଲ

ଶାନ୍ତି ବାହାରେ ମିଳେନି

ନିଜ ମନରେ ତ ଶାନ୍ତିର ଉଆସ

ଦେଖିବା ମନ ପୁରାଇ ।


ଅବୁଝା ମନକୁ ବୁଝାଇ ଦେବା ଯେ

ଆତ୍ମସନ୍ତୋଷ ର ଗାଥା

ଆତ୍ମାର ଡାକ ରେ ବିବେକ ସ୍ପର୍ଶରେ

ମନକୁ ବାନ୍ଧି ରଖିବା ।

    


Rate this content
Log in

Similar oriya poem from Inspirational