STORYMIRROR

Dr Baman Chandra Dixit

Tragedy Others

3  

Dr Baman Chandra Dixit

Tragedy Others

ଅବୁଝା ବୁଝାମଣା

ଅବୁଝା ବୁଝାମଣା

1 min
164

ତୁମେ ସବୁ ଭୁଲ ବୁଝୁଥିବ !

କିଛି ଦୋଷ ନାହିଁ ତୁମର।

ମୁଁ ନିଜେ ଗୋଟେ ଅସମାହୀତ ପ୍ରଶ୍ନ,

ଯାହାର ଉତ୍ତର ଅନେକ ସମ୍ଭବ!

ତୁମ ପାଇଁ ଭୁଲ, ମୁଁ ମାନି ନିଏ ।

ତାଙ୍କ ପାଇଁ ଠିକ କିଛିଟା,

ଜାଣି ଭଲ ଲାଗେ।

ଆଉ କାହା ପାଇଁ ଆଉ କିଛି,

ଭୁଲ ଠିକର ପରିଧିରୁ ଭିନ୍ନ,

ସ୍ବୀକାର କରିନିଏ,ବିବଶତା ହେତୁ।

ବେଳେବେଳେ ଅଡ଼ୁଆ ଅଡ଼ୁଆ ଲାଗେ।

ମୁଣ୍ଡ ବାଳ ଆଉଁସୁ ଆଉଁସୁ ,

ହାତ ଫେରେଇ ଦେଖେ 

କିଛି ଛିଣ୍ଡା କିଛି ଉପୁଡା ବାଳ

ହାତ ପାପୁଲିକୁ ଛାଡ଼ନ୍ତିନି।

ରାଗରେ କାମୁଡି ଧରିଥାନ୍ତି ,ଅବା

ମମତା ଆତ୍ମୀୟତା ଏବଂ ସହାନୁଭୁତି

ମୋହ ର ବନ୍ଧନରେ ବାନ୍ଧି ହୋଇଯାନ୍ତି।

ନିଜକୁ ବି ବୁଝେଇ ପାରେନା,

ଲମ୍ବା ନିଃଶ୍ବାସ ଗୋଟେ ଦି'ଟା

ବାହାରି ଗଲା ପରେ

କିଛିଟା ଆସ୍ୱସ୍ତି

ଅଳ୍ପ ଥଣ୍ଡା ଥଣ୍ଡା ଲାଗେ ,

କପାଳ, ଆଖି ଏବଂ

ନାକ ପୁଡା ଦେଇ ବାହାରୁ ଥିବା ପବନ।

ଭୃଳତା ଉପରେ ଡେଉଁ ଥିବା

କୁଞ୍ଚିତ କପାଳ ସାମାନ୍ୟ ହୁଏ ।

ବୁଝିବାକୁ ଚେଷ୍ଟା କରେ, କାହିଁକି

ଏ ଅବୁଝା ବୁଝାମଣା ?

ମାତ୍ର ପୁଣି କାହିଁକି ଅନୁଭୂତ ହୁଏ

ସେମାନେ ଭୁଲ ବୁଝୁଛନ୍ତି ଯେବେ,

କିଛି ତ ଥିବ ଯଥାର୍ଥତା !

ମୁଁ ବୁଝେଇ ପାରେନା ଅବା

ସେମାନେ ବୁଝନ୍ତିନି ଜାଣେନା ।

ସାମ୍ନା ସାମ୍ନି ଠିଆ ହେବାକୁ 

ଡର ଲାଗେ କଥା ବଢ଼େଇବାକୁ ।

ମାତ୍ର ବେଳ ଗାଡିଯାଏ

କଥା ବଢିଯାଏ, ବିଗିଡି ଯାଏ ।

ଆଜି ଆଉ ଟିକେ ବୁଝିବାକୁ

ପୁଣି ଥରେ ଆରମ୍ଭ କରିବାକୁ

ଚାହୁଁ ଥିଲେ ବି ,ହୋଇ ପାରେନା।

ନିଜେ ଗୋଟେ "ଭୁଲ"ହୋଇ ରହିବାକୁ

ବେଶି ଭଲ ଲାଗେ ବରଂ,

ପ୍ରମାଣିତ କରିବାକୁ ନିଜକୁ "ଠିକ"

ଆଉ ଭଲ ଲାଗୁନି ଜମ୍ମା ।

ସେହି ଭଳି ଲାଗୁଛି ଆଜି ବି,

ତୁମେ ସବୁ ଭୁଲ ବୁଝୁଥିବ !


Rate this content
Log in

Similar oriya poem from Tragedy