STORYMIRROR

Bharatabandhu Biswal

Classics Others

4  

Bharatabandhu Biswal

Classics Others

ଅବତର ରାମ

ଅବତର ରାମ

1 min
2


ଜଟାଜୁଟଧାରୀ ଦୁଷ୍ଟ ଛଦ୍ମବେଶୀ

ଅତି ପାରଙ୍ଗମ ବଚନ

ଚିହ୍ନିବା କଠିନ କିଏ ରାମଚନ୍ଦ୍ର 

କିଏ ସେ ଦୁର୍ଜନ ରାବଣ ।

ଜଳୁନାହିଁ ଲଙ୍କା ମରୁନାହିଁ ପାପୀ

ବଢେ ଦୁରାଚାର କଷଣ

ନିତି ପ୍ରତିଦିନ ହୁଏ ବଳାତ୍କାର 

ନାରୀର ସତୀତ୍ଵ ହରଣ ।

ଅରାଜକ ତତ୍ତ୍ବେ ଅସ୍ଥିର ଅଯୋଧ୍ୟା

ରାମଙ୍କ ରାଇଜ ସପନ

ସତ୍ଯ ଧର୍ମ ନ୍ଯାୟ ନୀତି ସମ୍ବିଧାନ

ମମତା ସୋହାଗ ପ୍ରେମପଣ୍ଯ ।

ଗଣନ୍ତି ପ୍ରମାଦ ସାଧୁ ଗୁଣୀ ଜ୍ଞାନୀ

ସ୍ବ ଅଧିକାର ହୁଏ କ୍ଷୂର୍ଣ୍ଣ 

ରଚେ ଚକ୍ରବ୍ୟୁହ ସ୍ବାରଥୀ ପାଷାଣ୍ଡ 

ଗରୀବ ଚିତ୍କାରେ ହା ଅନ୍ନ ।

ହୃଦୟ ସ୍ପନ୍ଦନ ଜୀବର ଜୀବନ

ଶ୍ରୀରାମ ରାଜୀବ ଲୋଚନ 

ଉଚ୍ଚରୁ ଉତ୍କଣ୍ଠ ଜନମୁ ମରଣ

ଉଦ୍ଭାସୁ ଆଶାର କିରଣ ।

ଘନ ଅନ୍ଧକାରେ ରାମ ଶୁଭନାମ

ଚନ୍ଦ୍ରମା ସଦୃଶ ଉଜ୍ଜ୍ବଳ 

ବିରାଜ ଶ୍ରୀରାମ ପ୍ରତି ହୃଦକନ୍ଦେ

ନରକ କଷଣୁ ଉଦ୍ଧର ।।

  


Rate this content
Log in

Similar oriya poem from Classics