Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଅବତର ମାଆ ଦୁର୍ଗା

ଅବତର ମାଆ ଦୁର୍ଗା

1 min
356



ହସି ଉଠିଲାଣି ଶୁଭ୍ର କାଶତଣ୍ଡୀ

ହସେ ଶରତ ଚନ୍ଦ୍ରମା

ମଙ୍ଗଳ ପ୍ରଭାତ ମଧୁର ପବନେ

ଗୁଞ୍ଜେ ମା ତୁମ ବନ୍ଦନା

ଅବତର ଦେବୀ ଦୁର୍ଗା

ପରମ ଈଶ୍ୱରୀ ଅଭୟଦାୟିନୀ

ଶକ୍ତିମୟୀ ମା ବରଦା ।

ବିଜେ ହୁଅ ମାଆ ସିଂହ ବାହନରେ

ଉଡୁ ବାନା ସିଂହଧ୍ବଜା

ଖଣ୍ଡ ମା ଦୁରିତ ଭୟ ପାପତାପ

ଘୁଞ୍ଚିଯାଉ ବିଘ୍ନ ବାଧା

ବରଷୁ ଅମୃତ ଧାର

ମାଆ ଗୋ ବିରଜା ଶିବାନୀ ଭବାନୀ

ଦୟାବହି କୃପାକର ।

ଧରାରେ ସାଗରେ ଫୁଲରେ ଫଳରେ

ତୁମ ରୂପ ପ୍ରତିଭାତ

ପୁର ପଲ୍ଲୀ ନଗ୍ରେ ଆନନ୍ଦ ଉଲ୍ଲାସ 

ମଣ୍ଡପ ମଞ୍ଚ ପ୍ରସ୍ତୁତ 

ଗୁଞ୍ଜେ ସ୍ତୋତ୍ର ପୂଜା ମନ୍ତ୍ର 

ହୁଅ ଆବିର୍ଭୂତା ଦିବ୍ଯ ତେଜୋମୟୀ

ପ୍ରାଣ ହେଉ ଉଜ୍ଜୀବିତ ।

ଫେଡ ଦୁଃଖକଷ୍ଟ ମିଛ ମୋହମାୟା

ସଂସାର ବିଷୟାନଳ

ଦିଅ ଶୁଭାଶିଷ ଜଗତ ଜନନୀ

ଜୀବନ ହେଉ ସୁନ୍ଦର 

ମନସ୍କାମ ହେଉ ପୂର୍ଣ୍ଣ

ଉଦ୍ଧର ସଙ୍କଟୁ ମାଆ କୃପାମୟୀ

ବିକଶୁ ସୁମନ ଜ୍ଞାନ ।

    


Rate this content
Log in

Similar oriya poem from Classics