ଅବଶୋଷ
ଅବଶୋଷ
ତୁମେ ଦିନେ ଆସି ଜୀବନରେ ମୋର
ମେଘର ମହ୍ଲାର ରଚି
ଯାହାକୁ ଦେଖି ମୋ ମନର ମୟୂରୀ
ଆନନ୍ଦେ ଉଠିଲା ନାଚି ||
ନାଚର ଭୋଳରେ ପାଦେ ମୋ ଫୁଟିଲା
ବୟସ ଦୋଷର କଣ୍ଟା
ଯାହାର ଆଘାତେ କ୍ଷତାକ୍ତ ହେଲି ମୁଁ
ଭାଙ୍ଗିଗଲା ମୋର ଅଣ୍ଟା ||
ଯେଉଁ ଦମ୍ଭେ ମୁହିଁ କଥା କହୁଥିଲି
ସେ ଦମ୍ଭ ହେଲା ଚୂନା
ମାନି ମୁଁ ନ ଥିଲି ଗୁରୁଜନ କଥା
ହୋଇଥିଲି ଆନମନା ||
ମାୟା ମରିଚିକା ପଛେ ଧାଇଁ ଧାଇଁ
ମେଣ୍ଟିଲାନି ମୋର ଶୋଷ
ବୁଝିଲାବେଳକୁ ବହୁ ଡେରି ହେଲା
ସାରହେଲା ଅବଶୋଷ।।

