ଅବଶୋଷ
ଅବଶୋଷ
ଚାହୁଁ ଚାହୁଁ ଦିନ ବିତି ଯେ ଯାଉଛି
ବିତି ଗଲାଣି କେତେ ବରସ,
ତୁମ ଡୋରି କେବେ ଲାଗିବ କାଳିଆ
ମୋ ମନେ ନ ରହିବ ଅବଶୋଷ।
ଆହେ ଚକ୍ରଧର
ଚକା ଆଖି ତୁମ୍ଭ ଦେଖେ ସବୁ କିଛି
ରଚେନାହିଁ କିଛି ମାୟା ଜାଲ,
ସେଥି ପାଇଁ ବୋଧେ
ଏ କଳି ଯୁଗେ ବୋଲାଉ
ଜୀବନ୍ତ ଈଶ୍ୱର।
ଆହେ ଜଗଦୀଶ
ଏ ଜଗତ ତୁମ୍ଭର,
ଆମ୍ଭେ ଅଟୁ ତୁମ୍ଭ କୁନି ସେବକ,
ତୁମ୍ଭ ସେବା କରି ଯାଉ ଏ ଜୀବନ
ଜୀବନେ ନ ରହିବ କିଛି ଅବଶୋଷ।