STORYMIRROR

Basanti Pattnaik

Abstract

4  

Basanti Pattnaik

Abstract

ସମୟ

ସମୟ

1 min
198

ମଣିଷ ମରିଲେ ପ୍ରକୃତି ତୁଟେ

ମଣିଷପଣିଆ କି ଆଜି ମୁଁ ବୁଝେ

ପିଲା ବେଳ ଦିନ କେତେ ବଢ଼ିଆ

ନ ଥିଲା ମୋହ ମାୟା କୁଟୁକୁଣିଆ

ଗହଳ ଚହଳ ଆମ ଘର ଥିଲା

କୁଣିଆଙ୍କର ଯିବା ଆସିବା ଥିଲା

ବୋଉ ର ମାଛ ବେସର ଚିଙ୍ଗୁଡ଼ି ରସା

ସଭିଏଁ ଖାଇ ନିଅନ୍ତି ମଜା

ଆମ କଲୋନୀର ଗଣେଶ, ସରସ୍ବତୀ ପୂଜା

ସଭିଏଁ ଏକାଠି ହୋଇ ଦିଅନ୍ତି ଚାନ୍ଦା

ମନରେ ନଥାଏ ପର ଆପଣା ଭାବ

ଚାରିଆଡେ ଲାଗୁଥିଲା କେତେ ଯେ ମେଳା

ଗହଳି ଚହଳି କେତେ ଠେଲା ପେଲା

ସାଙ୍ଗ ସାଥି ହୋଇ କେତେ ଯେ ବୁଲୁ

ଆନନ୍ଦ ମନରେ ଡିଆଁ ମାରୁଥିଲୁ

ଆଜି ଚାରିଆଡେ ହତାଶ ଭାବ

ଉଡ଼ି ଚାଲିଗଲା ସେଦିନ ସୁଖ

ନାହିଁ କୁଣିଆ ଆପଣା ଭାବ

ଲୋଡୁ ନାହିଁ କେହି କାହାରି ସଙ୍ଗ

ନିଜର ଲୋକଙ୍କୁ କରୁଛି ଦୂର

କୋରୋନା ରଚିଛି ବିଷାଦ କାଳ

ସମୟ ଚକ୍ର ଘୁରି ବୁଲୁଛି

କରାଳ ଗ୍ରାସରେ ଜୀବ ମରୁଛି

ମଣିଷ କିନ୍ତୁ ହାରିବା ଶିଖିନି

ସମୟ ତାଳରେ ଲଢି ଶିଖିଛି ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract