STORYMIRROR

Samar Ballav Bhoi

Abstract Inspirational

4  

Samar Ballav Bhoi

Abstract Inspirational

ନେତାଜୀ ସୁବାଷ ବୋଷ

ନେତାଜୀ ସୁବାଷ ବୋଷ

1 min
203


ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ତୁମେ 

ନିର୍ଭୀକ ଭାବରେ ପରିଚିତ ତମ ନାମ

ସାହସିକତା ର ପ୍ରମାଣ ହିଁ ତୁମେ

ଓଡ଼ିଶା ମାଟିର ଗରବ ଗୌରବ

କଟକ ମାଟିର ଜନମ ତୁମର

ନେତାଙ୍କ ର ନେତା ନେତାଜୀ ସୁଭାଷ

ଇଂରେଜ ସେନାର ଗୋଳା ବାରୁଦ କୁ

ଖାତିରି ନକରି ଦେଖାଇ ଥିଲ ତ ସାହସ।।


ଗୁଳାବାରୁଦ ର ଜବାବ ପଥରରେ ଦେବା

ତୁମେ କରିଥିଲେ ବୀରତ୍ୱର କେତେ ପଣ

ଇଂରେଜ ସଙ୍ଗେ ଲଢିବା ଶୈଳୀ ଥିଲା ଭିନ୍ନ

ଗାନ୍ଧିଜୀଙ୍କ କଥାରେ ନରଖି ଗୁରୁତ୍ୱ 

ବିଜୟ ପାଇଁ କରିଥିଲ ଭିନ୍ନ ପନ୍ଥା

ହେ ଭାଇ ମତେ ରକ୍ତଦିଅ ସ୍ବାଧୀନତା ଦେବି

ଦେଇଥିଲ ଭାରତବାସୀ ଙ୍କୁ ତୁମ ଆହ୍ୱାନ।।


ଆଜାଦ ହିନ୍ଦ ଫଉଜ ଗଠନ କରିଥିଲ ତୁମେ

ଇଂରେଜ ବିରୋଧେ ବିଦେଶ ମାଟିରେ ଯାଇ

ଫିରିଙ୍ଗି ବିରୁଦ୍ଧେ ଲଢ଼ିବା ପାଇଁ କି ମନସ୍ଥ କରିଲ

ବୀର ସନ୍ତାନର ପରିଚୟ ତୁମେ ଦେଲ ଯାଇ

ଦିଲ୍ଲୀ ଚଲୋ ର ଡାକରା ସାଥିରେ ଦେଇ ।।


ସ୍ବାଧୀନତା ସଂଗ୍ରାମେ ଜୀବନକୁ ଲଗାଇ ବାଜି 

କୁଆଡେ଼ ଗଲ ଯେ ତୁମେ ଭାରତ ଖୋଜୁଛି ଆଜି ‌ହେ ବୀର ନେତାଜୀ ଓଡ଼ିଶା ମାଟିର ସନ୍ତାନ 

ଦେଶର ସ୍ୱାଧୀନତା ପାଇଁ ଦେଇଥିଲ ଜୀବନ

ଭାରତ ମାଟିର ପ୍ରତିଟି ହୃଦୟ ତୁମକୁ ସ୍ମରଣେ

ଆଉ ଥରେ କେବେ ତୁମେ ନିଅ ଜନମ

ସୁଧୁରି ଯାଉ ଆମ ମା ମାଟିର କରମ ଓ ଧରମ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract