STORYMIRROR

Samar Ballav Bhoi

Abstract

4  

Samar Ballav Bhoi

Abstract

ହୋଲି ରଙ୍ଗର ଖେଳ

ହୋଲି ରଙ୍ଗର ଖେଳ

1 min
204


ଫଗୁଣ ଶେଷେ ଆସେ ଦୋଳ ଯାତରା

ସଭିଏଁ କରନ୍ତି କେତେ ମଜା

ଦୋଳ ବିମାନରେ ବିଜେ ରାଧାକୃଷ୍ଣ

ବାଜୁଥାଏ କେତେ ବାଜା ।।


ଭକତଙ୍କ କାନ୍ଦେ ବିଜେ ହୋଇ ପ୍ରଭୁ

ଭ୍ରମନ୍ତି ସାରା ନଗର

ଘଣ୍ଟ ଘଣ୍ଟା ଶଂଖ ମହୁରୀ ବାଜଇ 

ଦିଶନ୍ତି ଭାରି ସୁନ୍ଦର ।।


ଜାତିଧର୍ମ ବର୍ଣ୍ଣ ଭୁଲି ଦ୍ୱାରେ ଦ୍ୱାରେ ବୁଲି

ଅଭିର ରଙ୍ଗରେ ଭିଜି

ଭକ୍ତ ଭଗବାନ ଏକାକାର ହୋଇ

ସମସ୍ତେ ରଙ୍ଗରେ ଯାଆନ୍ତି ସଜ୍ଜି ।।


ବରଷକେ ଥରେ ବସନ୍ତ ଋତୁରେ 

ଧରା ଧାମେ ଆସେ ହୋଲି

ରଙ୍ଗର ସମ୍ଭାରେ ବିମୋହିତ ସର୍ବେ 

ଖେଳିଥାନ୍ତି ହୃଦୟ ଖୋଲି ।।


‌ହିନ୍ଦୁ ଧରମରେ ହୋଲି ପର୍ବଟି 

ଅଟଇ ଅତ୍ୟନ୍ତ ଖୁସି

ଅଧର୍ମ ଉପରେ ଧର୍ମ ର ବିଜୟ

ଦେଖନ୍ତି ଜଗତବାସୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract