STORYMIRROR

ବି. ନିରୁପମା

Action Romance Tragedy

5.0  

ବି. ନିରୁପମା

Action Romance Tragedy

ଅବସାଦ ଯାଉ ମୋର

ଅବସାଦ ଯାଉ ମୋର

1 min
13.7K



ଆଉ କେତେଦିନ ତୁମରି ପ୍ରତୀକ୍ଷା
କରିବି ହେ ମନଚୋର ,
ହାତ ପାଆନ୍ତାରେ ଧରାଦିଅ ବାରେ
ଅବସାଦ ଯାଉ ମୋର ।

ଦିନ,ମାସ,ବର୍ଷ କେତେ ଯେ ଗଲାଣି ,
ଆଖିପାଣି ମୋର ଆଖିରେ ମଲାଣି ;
ତୁମବାଟ ଚାହିଁ କଣ୍ଟା ମୁଁ ହେଲିଣି
ଦୁଃଖ ଭୋଗିଲିଣି ଘୋର ।(୧)
ହାତ ପାଆନ୍ତାରେ ଧରାଦିଅ ବାରେ
ଅବସାଦ ଯାଉ ମୋର ।

ଥରୁଟିଏ ଯଦି ତୁମକୁ ପାଆନ୍ତି ,
ମୁନିଜନ ଲୋଭା-ଶୋଭାକୁ ଚାହାଁନ୍ତି ;
ମନକଥା ସବୁ ଖୋଲି ମୁଁ କହନ୍ତି
ଭୁଲନ୍ତି ଯାତନା ଘୋର ।(୨)
ହାତ ପାଆନ୍ତାରେ ଧରାଦିଅ ବାରେ
ଅବସାଦ ଯାଉ ମୋର ।

ଆଉ କେତେଦିନ ତୁମରି ପ୍ରତୀକ୍ଷା
କରିବି ହେ ମନଚୋର ,
ହାତ ପାଆନ୍ତାରେ ଧରାଦିଅ ବାରେ
ଅବସାଦ ଯାଉ ମୋର ।

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action