ଅବିନାଶୀ ଆତ୍ମା
ଅବିନାଶୀ ଆତ୍ମା
କୋଟିରେ ଗୋଟିଏ ଲୋକ ଜାଣେ ଯା'କୁ
ଅବିନାଶୀ ଆତ୍ମା ସିଏ
ଯାହାକୁ ଜାଣିବା ସରଳ ନୁହଇଁ
ଅପ୍ରମେୟ ଆତ୍ମା ସିଏ।।
ଜୀବର ଶରୀରେ ଆତ୍ମା ରହିଥିଲେ
ଶରୀର ଜୀବନ୍ତ ରହେ
ଆତ୍ମା ଚାଲିଗଲେ ଅନିତ୍ୟ ଏ ଘଟ
ମାଟିରେ ବିଲୀନ ହୁଏ।।
ପଞ୍ଚଭୂତେ ଗଢା ପ୍ରାଣୀର ଶରୀର
ହୁଅଇ ଦିନେ ବିନାଶ
ଜୀବାତ୍ମା କି ଅବା ବିନାଶ ହୁଅଇ
ଅବିନାଶୀ ନିତ୍ଯରୂପ।।
ଅଜର ଅମର ସିଏ ନିରାକାର
ଆତ୍ମା ନିତ୍ଯ ସନାତନ
ନ ହୁଏ ଉତ୍ପନ୍ନ ନ ହୁଏ ବିଲୀନ
ଅଣାକାର ପରଂବ୍ରହ୍ମ।।
ମନୁଷ୍ଯ ଯେସନ ବାସ ପୂରାତନ
ତ୍ଯଜି ନୂତନ ଗ୍ରହଣ
ବାର୍ଦ୍ଧକ୍ଯ ଶରୀର ତ୍ଯାଗ କରି ଆତ୍ମା
ନବୀନ ଘଟେ ଗ୍ରହଣ।।
ଅସ୍ତ୍ର କାଟେ ନାହିଁ ଶସ୍ତ୍ର ଛେଦେ ନାହିଁ
ବାହି ପାରେନା ଅନୀଲ
ଅଛେଦ୍ଯ ଅଦାହ୍ଯ ଅକ୍ଲେଦ୍ଯ ଅଦୃଶ୍ଯ
ଦହି ପାରେନା ଅନଳ।।
ପରମାତ୍ମା ଏକ ଭିନ୍ନ ଭିନ୍ନ ରୂପ
ଆତ୍ମା ନିତ୍ଯ ନିରଞ୍ଜନ
ପଞ୍ଚତତ୍ତ୍ବେ ଗଢା ସ୍ଥୁଳ ଶରୀରଟା
ଆତ୍ମା ବିନା ହୁଏ ଶୂନ୍ଯ।।
କର୍ମେ ଧର୍ମେ ରହି ପରମାତ୍ମା ଧ୍ଯାୟୀ
ଚିନ୍ତି ଥାଏ ମନେ ଯିଏ
ସକଳ କଷଣୁ ଜନମ ମରଣୁ
ବୈକୁଣ୍ଠ ଲଭଇ ସିଏ।।
