STORYMIRROR

Birakishore Nayak

Tragedy

4  

Birakishore Nayak

Tragedy

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
438


ଜୀବନ ସନ୍ଧ୍ୟାର ମଳିନ ଆଭାରେ

   ଭାସୁଛି ଅଭୁଲା ସ୍ମୃତି 

କିଛି ଦୁଃଖ ଦିଏ କିଛି ହସ ହୋଇ 

   ଅଧରେ ଯାଏ ତ ଲୁଚି |


ଜୀବନରେ ଯେବେ ନିଭୃତେ ମନରେ

  ସ୍ମୃତି ରହନ୍ତାନି ବଞ୍ଚି 

ବଞ୍ଚିବାର ସ୍ୱାଦ ମିଳନ୍ତାନି କେବେ

  ଛୁଅନ୍ତା ମରୁର ପ୍ରୀତି |


ଜୀବନର ପଥ ନୁହେଁ ସମତଳ

  ଖାଲ ଢିପ ହୋଇଥାଏ 

କେବେ ଫୁଲବିଛା କେବେ କଣ୍ଟକିତ

  ସୁଖ ଅବା ଦୁଃଖ ଦିଏ |


ଜୀବନ ପରିଧି ରଖିଛି ସାଇତି

  ସାଉଁଟି ସାଉଁଟି ସ୍ମୃତି 

ଅଭୁଲା ଅତୀତ ଲିପିବଦ୍ଧ ହୋଇ

  ହୋଇଛି ନିଜର ଅତି |


ଅମଡ଼ା ବାଟରେ ଚାଲିବାର ସ୍ମୃତି

  ଦିଏନା ହେବାକୁ ଭୁଲ 

ଅଭିଜ୍ଞତା ସବୁ ସାଇତା ସ୍ମୃତିରେ

  ଯାହା ତ ଅମୂଲ ମୂଲ |


ବିଶ୍ୱେ ଦୁଇ ବିଶ୍ୱ ଯୁଦ୍ଧର ସ୍ମୃତି

ଯେ

  ଶାନ୍ତିର ଆହ୍ୱାନ ଦିଏ 

ଆଉ ସେ ବିଭତ୍ସ ସ୍ମୃତି ସାଉଁଟିବା 

  କଳପନା ହଜି ଯାଏ |


ଭାରତର ମୁକ୍ତି ସଂଗ୍ରାମେ ସଫଳ

  ଗାନ୍ଧୀଙ୍କ ଅହିଂସା ଅସ୍ତ୍ର 

ବିଶ୍ୱସାରା ଆଜି ଗାନ୍ଧୀଙ୍କୁ ଝୁରୁଛି

   ସାଉଁଟି ସ୍ମୃତିର ମନ୍ତ୍ର |


ଜୀବନ ଯାତ୍ରାର ଅନ୍ତିମ ବେଳାରେ

   ସ୍ମୃତି ଆସେ ସ୍ୱପ୍ନ ହୋଇ 

ବିଦଗ୍ଧ ପରାଣେ ବଞ୍ଚିବାର ମୋହ

   ଭରିଦିଏ ଗପ କହି |


ସ୍ମୃତି ନୁହେଁ କେବେ ଝରା ଫୁଲ ସବୁ

   ନୁହେଁ ଗଳ୍ପ ଜୀବନର 

ଅଙ୍ଗେନିଭା କଥା ସାଉଁଟା ଯାଇଛି

   କମ୍ପନ ଯେ ହୃଦୟର |


ମସ୍ତିଷ୍କର କେଉଁ ଅଜଣା ତନ୍ତ୍ରୀରେ

   ସ୍ମୃତି ସବୁ ଲୁଚିଥାଏ 

ନୀରବ ମୁହୂର୍ତ୍ତେ ଅନୁଶୋଚନାରେ

   ମନତଳେ ନାଚିଯାଏ |



Rate this content
Log in

Similar oriya poem from Tragedy