STORYMIRROR

Kartik chandra panda

Classics

3  

Kartik chandra panda

Classics

ଅଭୁଲା ସ୍ମୃତି 2023

ଅଭୁଲା ସ୍ମୃତି 2023

2 mins
199


କାଲି ସ୍ୱାଗତ କରୁଥିଲେ ଯାହାକୁ

ଆଜି ବିଦାୟ ଦେଉଛୁ ତାହାକୁ

କାଲି ଖୁସି ମନାଉଥିଲେ ମନରେ 

ନୂଆ ବର୍ଷ ତେଇଶି କୁ ପାଖରେ 

କେତେ କେତେ ସ୍ମୃତି ରଖିଛି ସାଇତି 

 ରହି ଅଛି ପୁଣି କେତେ ଅନୁଭୂତି

 କେତେ ଯେ ମଧୁର ପୁଣି କିଛି ତିକ୍ତ 

ଯାହାବି ଦେଇଛି ଯା ଏବେ ବିଗତ 

ସାଇତି ରଖିଛି ହୃଦୟରେ ମୋର

ଭେଟି ଦେବାପାଇଁ ଭାବୁଛି ମନର

 ଦୁଇ ହଜାର ତେଇଶିର ସ୍ମୃତି

 ବଖାଣି ବସିଲେ ହୋଇଯିବ ପୋଥି

 ମୋ ସ୍ମୁତି ରେ ଥିବା ଭ୍ରମଣ କାହାଣୀ

 କିଂଚିତରେ ତାହା ଯାଉଛି ବଖାଣି 

 ନୂଆ ବର୍ଷ ପାଇଁ ଭ୍ରମଣ ଗାଡ଼ିରେ

 ଯାଇ ପହଂଚିଲୁ ଦାରିଙ୍ଗବାଡି ରେ

 ଶୀତୁଆ ସକାଳ ଧୁସର ଆକାଶ

 ଭାନୁ ଦେବ ତେଜ ନୁହେଁ ପରକାଶ

 ପ୍ରାତଃ ସମୟରେ ପହଞ୍ଚିଲୁ ଯାଇ

 ଝରଣା ଜଳରେ ସ୍ନାନ ଶୌଚ ହୋଇ

 କଫି ବଗିଚାରେ ହେଲୁ ଉପନୀତ

 ତାହାର ସୌନ୍ଦର୍ଯ୍ୟ ଦେଖି ବିମୋହିତ

 ଧାଡି ଧାଡି ହୋଇ ଅସନ ବୃକ୍ଷରେ

 ଗୁଡ଼ାଇ ରହିଛି ମରିଚ ଲତାରେ

 କଫି ଗଛ ସବୁ ମଝିରେ ମଝିରେ

 ଶୋଭାର ଭଣ୍ଡାର ବଢ଼ାଏ ସେଠାରେ

 ପାଦେ ଚାଲି ଚାଲି ବଗିଚା ଭିତରେ

 ଫୋଟୋ ଉଠାଇଲୁ ମନ ଆନନ୍ଦରେ

 ଥକା ପଣ ଟିକେ ଦୂରେଇବା ପାଇଁ

 ମଝିରେ ମଝିରେ ସ୍ଥାନ ରହି ଥାଇ

 ତହୁଁ ଗାଡି ଗଲା ଲଭର୍ସ ପଏଣ୍ଟ

 ଓଲ୍ହାଇ ପଡ଼ିଲୁ ଗାଡ଼ିରୁ ତ୍ୱରିତ

 ଝରଣା ର ଜଳ କଳକଳ ହୋଇ

 ପାହାଡ଼ ରୁ ଆସି ଝରି ଝରି ଯାଇ

 ଫଟୋ ଉଠାଇଲୁ ହୋଇ ଯୋଡି ଯୋଡି

 ଶୀତର ଲହରୀ ଆସୁଥାଏ ମାଡ଼ି

 ହିଲ ଭିୟୁ ଦୃଶ୍ୟ କେଡେ ମନୋହର

 ହୃଦୟ କୁ କଲା ଆନନ୍ଦ ବିଭୋର

 ସାଙ୍ଗ ସାଥୀ ମେଳେ ଖୁସି ମଉଜ ରେ

 ଭ୍ରମଣ ର ମଜା ଶୀତ ସକାଳରେ

 ପ୍ରାକୃତିକ ଦୃଶ୍ୟ ଦାରିଙ୍ଗବାଡି ର

 ପାହାଡ଼ ପର୍ବତ ଝରଣା ନଦୀର

 ନିଘଞ୍ଚ ବନାନୀ ଲତା ଦ୍ରୁମ ମନ

 ବରଫ ର ସ୍ପର୍ଶ ଶୀତୁଆ ପବନ

 ପ୍ରକୃତିର ସେହି ଅପରୂପ ଶୋଭା

 ମନରେ ରହିଲା ହୋଇ ସେ ଅଲିଭା

 ସହକର୍ମୀ ସମଧର୍ମୀ ବନ୍ଧୁ ମେଳ

 ତୋଳି ଥିଲୁ କିଛି ବନ ଜାତ ଫଳ

 ଓଡ଼ିଶାର ସେହି ଭୂସ୍ବର୍ଗ କାଶ୍ମୀର

 ଶୋଭା ର ବିଭବ ରହିଅଛି ପୁରି

 ଆସିଥିଲି ତୋର ଦରଶନ ପାଇଁ 

 ଛାଡି ଯିବା ପାଇଁ ମନ ବଳୁନାହିଁ

 ତୋହରି ସୌନ୍ଦର୍ଯ୍ୟ କଲା ବିମୋହିତ

 ସ୍ମୃତିରେ ରହିବ ଅଭୁଲା ଅତୀତ

 ଦାରିଙ୍ଗବାଡି ର ଅପରୂପ ଶୋଭା

 ଅପାସୋରା ସେହି ଅତି ମନ ଲୋଭା

 ସନ୍ଧ୍ୟା ଆଗମନ ସଂକେତ ବାରତା

 ଅସ୍ତାଚଳ ଗାମୀ ସୁରୁଜ ଦେବତା

 ବର୍ଣ୍ଣିବା ସମ୍ଭବ ନୁହଁ ସେହି ଦୃଶ୍ୟ

 ରକ୍ତ ବର୍ଣ୍ଣ ବିଭା ହେଲା ପରକାଶ

 ଛାଡି ଯିବା ପାଇଁ ଡାକରା ଆସିଲା

 ଗାଡି ହର୍ଣ୍ଣ ଶବ୍ଦ କାନରେ ବାଜିଲା

 ଛାଡିଗଲୁ ସିନା ହେ ପ୍ରକୃତି ରାଣୀ

 ଆସିବି ନିଶ୍ଚୟ ତୋ ସ୍ଥାନ କୁ ପୁଣି

 ଅତ୍ୟନ୍ତ ସୁଖଦ ସେହି ଅନୁଭୂତି

 ରହିଗଲା ମନେ ଚୀର କାଳ ସ୍ମୃତି

 ସ୍ମୁତି ର ମାନସ ପଟରେ ତେଇଶି

 ଭୁଲି ବାର ନୁହଁ ଭାବୁଅଛି ବସି ।

 



Rate this content
Log in

Similar oriya poem from Classics