STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଅଭିଯାତ୍ରୀ

ଅଭିଯାତ୍ରୀ

1 min
354


ଆତ୍ମ ପ୍ରତ୍ଯୟର ବାରିଧାରା ଗଲା ଶୁଖି

ବିଫଳତାର ବିସ୍ତୀର୍ଣ୍ଣ ମରୁରେ

ଟଳି ପଡିଲା ଉଷ୍ଟ୍ରାରୋହୀଟି

ଜୀବନର ତପ୍ତ ସିକତା ବକ୍ଷରେ

ଲୋଡିଲା ସେ ଜଳଧାର

ମରୁଭୂମିର ନିରସ ପୃଷ୍ଠରେ

ନିର୍ଯ୍ୟାତିତ ଅଭିଶପ୍ତ ପ୍ରାଣ

ଖୋଜିଲା ବିକଳେ ଥିବ ପରା

ମରୂଦ୍ଯାନଟିଏ ଅଦୂରେ ବା ଦୂରେ।


ତୃଷାର୍ତ୍ତ ଚକ୍ଷୁରେ ତାର

ଆତୁରେ ଚାହିଁଲା ଇତସ୍ତତ

କ୍ଷଣେ ଚକିତ କ୍ଷଣେ ଶଙ୍କିତ

ଦିଶିଲା ଶେଷରେ ଦୂରେ

ଶାନ୍ତ ସ୍ନିଗ୍ଧ ଶ୍ୟାମଳିମା

ସବୁଜ ତା ଗୁଳ୍ମ ଲତା

ପତ୍ର ପୁଷ୍ପ ଫଳ ବିମଣ୍ଡିତା

ସତେ ଅବା ମୁକ୍ତ କରି ଦ୍ବାର

କରୁଅଛି ତୃଷାର୍ତ୍ତେ ସ୍ବାଗତ।


ତହିଁ ମେଣ୍ଟାଇଲା ତୃଷା ତାର

ଲଭି ଦିବ୍ୟ ମଧୁର ଜଳଧାର

ଅଭିଶପ୍ତ ଅନ୍ତରାତ୍ମା ହୋଇଗଲା ମୁକ୍ତ

ଆବିଷ୍କାରିଲା ଆପଣାକୁ ଅସୀମ

ଆତ୍ମ ପ୍ରତ୍ଯୟର ତଟୀନିର ତୀରେ

କିଛି କ୍ଷଣ ଦେଖି ବାରେ ବାରେ

ଆକୁଣ୍ଠ ଚିତ୍ତରେ ପାନକଲା

ଆତ୍ମ ପ୍ରତ୍ଯୟାମୃତ ମହା ଆନନ୍ଦରେ।


ଭୁଲିଗଲା ତା ମଧ୍ୟେ ଅତୀତର

ସମସ୍ତ କଳଙ୍କିତ ମୂହୁର୍ତ୍ତର ସ୍ମୃତି

ମରୁଭୂମିର ଉତ୍ତପ୍ତ ବକ୍ଷରେ

ହୁତୁ ହୁତୁ ହୋଇ ଜଳିଗଲା

ସହସ୍ର ବିଫଳତାର ଦୁଃସହ ବହ୍ନି

ସଜାଇଲା ଆପଣାକୁ ସାଫଲ୍ୟ

ପଥର ଅଭିଯାତ୍ରୀ ମରୁ ବକ୍ଷେ ତ୍ଯଜି

ଜୀବନର ଯାବତୀୟ ବିଫଳତାର

ସ୍ମାରକୀ ଯେତେ କିର୍ତ୍ତୀରାଜି।


ମରୂଦ୍ଯାନେ ହତାଶାକୁ କରି ପରାହତ

ଆପଣାର ସାମର୍ଥ୍ୟରେ ଗଢିଦେଲା

ସାଫଲ୍ୟର ସୁରମ୍ୟ ସୌଧ

ଖଞ୍ଜିଦେଲା ମଣି ମୁକ୍ତାଦି ବୈଦୁର୍ଯ୍ୟ

ହାତ ପାପୁଲିରେ ଆଜି ତା'ର

ସୁଖ ଶାନ୍ତି ସମୃଦ୍ଧିର ସକଳ ଐଶ୍ଵର୍ଯ୍ୟ।


Rate this content
Log in

Similar oriya poem from Abstract