STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଅଭିଶାପ

ଅଭିଶାପ

1 min
279

ଆଜି ମୋର ନିର୍ବନ୍ଧ

ବାପା ମାଆ ଅପଲକ ନୟନରେ

ଅନେଇଥିଲେ ରାସ୍ତାକୁ

ସେମାନେ ଯେଉଁ ରାସ୍ତା ଦେଇ

ଆମ ଘରକୁ ଆସିବେ

ମୋ ତଳ ଭାଇ ଭଉଣୀ

ଆମ ଘର ଗେଟ୍ ଠାରୁ ରାସ୍ତା ପର୍ଯ୍ୟନ୍ତ

କେବଳ ଚୁପ୍ ଚାପ୍ ଚାଲୁଥିଲେ

ଆଖିରେ ବିଶ୍ବାସ ଅବିଶ୍ବାସର ଭଉଁରୀ ।


ଖୁବ୍ ଡେରି ହେଲାଣି

ସେମାନେ ଦେଖା ନାହାନ୍ତି

ସମସ୍ତେ ଦୀର୍ଘଶ୍ଵାସ ଛାଡୁଥିଲେ

କାନ୍ଥ ଘଣ୍ଟାକୁ ବାରମ୍ବାର ଦେଖୁଥିଲେ

ବୋଧେ ଆଉ ଆସିବେନି କହି

ବାପା ଛାତ ଉପରକୁ ଉଠିଗଲେ

ଭାଉ ଭଉଣୀ ଦୁଇଟି 

ନଥ୍ କରି ସୋଫା ରେ ବସି ପଡିଲେ

ମାଆ ସୁଉଁ ସୁଉଁ ହୋଇ କାନିରେ

ଆଖି ପୋଛିଥିଲା ।


ଭଦ୍ର ଲୋକୀ ଫୋନ୍ କଲା

ବାପା ଅତି ଆଗ୍ରହରେ ଫୋନ୍ ଉଠାଇ କହିଲେ

ଏତେ ଡେରି ହେଲା ଯେ

ସେମାନେ ଆସି ଗଲେଣି କି ।


ଭଦ୍ର ଲୋକ

କୁଣ୍ଠିତ ଚିତ୍ତରେ କହିଲା

ପୁଅର ମନ ମାନୁନି ଝିଅ

ଏଣୁ ଯିବାର

ପ୍ରଶ୍ନ ଉଠୁନି ।


ସଜବାଜ ଫିଙ୍ଗି

ମୁଁ ଧକେଇଲି

ଏହାକୁ ମିଶାଇ ଏଗାର ଥର ମୋ ନିର୍ବନ୍ଧ

ଭାଗିଲାଣି

ମୁଁ କଣ ଏତେ ଅସୁନ୍ଦର

ଗରିବ ଘର ଝିଅ

ସୁନ୍ଦରକୁ କଣ ଚାଟିବେ

କିଛି ଦେବନି ୟା ବାପ

ଏଠି କିଏ ପୁଅ ବାହା କରେଇବ

ତାହେଲେ ଗରିବ ହେବା କି

ଅଭିଶାପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy