STORYMIRROR

Lata Behera

Abstract

4  

Lata Behera

Abstract

ଅଭିନୟ

ଅଭିନୟ

2 mins
396

ଏ ଦୁନିଆ ଏକ ରଙ୍ଗ ମଞ୍ଚ ହେଲେ

    ଆମେ ତାର କଳାକାର

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର

   ଅଭିନୟ ଥାଏ ସାର ।


ଛୋଟ ଠାରୁ ବଡ ସମସ୍ତେ ଜୀବନେ

     ଅଭିନୟେ ଧୁରନ୍ଧର 

କୋମଳ ଶିଶୁଟି ଜାଣି ପାରେ ନାହିଁ 

     ପର କିଏ ଆପଣାର ।


ଉପରେ ଛଳନା ଜାଲ ସେ ବିଛାଇ

     ଆପଣାର କରି ନିଏ 

ସ୍ୱାର୍ଥ ସରିଗଲେ ବାଟ ଭାଙ୍ଗି ଦେଇ

     ଦୂରକୁ ଫୋପାଡି ଦିଏ ।


କଳାକାରମାନେ ରଙ୍ଗମଞ୍ଚ ପରେ

    ଅଭିନୟ କରିଥାନ୍ତି 

ସବୁ ଦର୍ଶକଙ୍କ ହୃଦୟ ମନକୁ

    କ୍ଷଣିକରେ କିଣି ନ୍ୟନ୍ତି ।


ନ ଥାଏ ତାଙ୍କର ହୃଦୟେ ଛଳନା

    ମନରେ କପଟ ଭାବ

ଅଭିନୟ କରି ପେଟ ପୋଷୁଥାନ୍ତି

   ଯେଉଁଠି ମିଳଇ ଠାବ ।


ନିଜର ଦୁଃଖକୁ ହୃଦୟରେ ଚାପି

   ଦର୍ଶକ ହସାଉ ଥାଏ

ମନ ହୃଦୟର ଯନ୍ତ୍ରଣା ନିଆଁକୁ

    ଲିଭେଇ ପାରେନା କିଏ ।


ହେଲେ ଏ ବାସ୍ତବ ମଣିଷ ଏମିତି 

    ମିଛ ଅଭିନୟ କରେ

ଭଲ ହେବା ମୁଖା ଉପରେ ପିନ୍ଧିଣ

    ଯନ୍ତ୍ରଣା ଭିତରେ ଭରେ ।


ଯେଉଁଆଡେ ଯାଅ ଯାହାକୁ ବା ଦେଖ

    ଅଭିନୟେ ସେ ଓସ୍ତାତ

କେତେବେଳେ କେଉଁ ରୂପ ଧରିଥାନ୍ତି

    କାହାକୁ ବା ଅବଗତ ।


ବିଶ୍ବାସ କାହାକୁ କରିବ ବା ଏଠି

    ଅଭିନୟେ ଗୁରୁ ସବୁ

ଚିହ୍ନିଲା ବେଳକୁ ସବୁ ସରି ଥାଏ 

    ଦିନ ଯାଏ କାନ୍ଦୁ କାନ୍ଦୁ ।


ମିଛ ମାୟା ଭରା ଏଇତ ଦୁନିଆ 

    କିଏ ବା ଅଟେ କାହାର

ଯେତେବେଳେ ସ୍ୱାର୍ଥ ସରି ଯାଏ ତାର

    ସେଇଠି ହୁଏ ସେ ଦୂର ।


ସ୍ୱାମୀ ସ୍ତ୍ରୀ ମଧ୍ୟେ ଅଭିନୟ ଏଠି

     ଛକା ପଞ୍ଝା ଚାଲିଯାଏ

ପ୍ରେମିକ ପ୍ରେମିକା ପ୍ରେମରେ ପାଗଳ

     ବିବାହ ନା କରେ ସିଏ ।


ଠକ ଭଣ୍ଡାମୀର ଅଭିନୟ ଚାଲେ

    ପ୍ରେମରେ ବି ଥାଏ ଧୋକା

କେଉଁଠି ପ୍ରେମିକ ଧୋକା ଦେଇ ଥାଏ

   କାହା ସାଥେ ଯାଏ ପ୍ରେମିକା ।


କାହାର ଟଙ୍କାରରେ ବିଳାସ କରଇ

    କାହା ସାଥେ ପଳେଇ ଯାଏ

ବିବାହ ପରେ ପ୍ରେମିକ ନ ଥିଲା

    ତା ବରକୁ କହିଥାଏ ।


କେତେକ ପ୍ରେମିକ ନିୟମ କରନ୍ତି 

     କାହାକୁ ପାଇନି ଭଲ

ତୁମେ ମୋ ଆରମ୍ଭ ତୁମେ ହିଁ ତ ଶେଷ

    ତୁମେ ମୋ ଗଳାର ମାଳ ।


ନାରୀ ଅଭିନୟ ନ ଥାଏ ତ ଥୟ 

     କେତେ ରୂପରେ କରନ୍ତି 

ଜନନୀ ଭଗିନୀ ଜାୟାର ରୂପରେ

     ଗତି ସିଏ କରିଥାନ୍ତି ।


କେବେ ମାଆ ରୂପେ ଦୁଃଖ ସେ ଭୁଲାଏ

    କେବେ ସ୍ୱର୍ବସ୍ୱାନ୍ତ କରେ

ରାକ୍ଷାସୀ ରୂପକୁ କେବେ ସିଏ ଧରି

    କ୍ଷଣିକେ ସବୁ ସଂହାରେ ।


ସନ୍ତାନର କେବେ ହୁଏ ସିଏ ସାହା

    କେବେ ଚଣ୍ଡି ରୂପ ଧରେ

ଚାହୁଁ ଚାହୁଁ ସବୁ ଭସ୍ମ କରି ଦିଏ

   ତ୍ରାହି ନା କେ ପାଇ ପାରେ ।


ବିଶ୍ବାସ ଏଇଠି ରହି ଥାଏ କମ୍

    ଥାଏ ବେଶୀ ଅବିଶ୍ବାସ 

ମିଛ ଅଭିନୟ କରନ୍ତିଏମିତି

    ଭରି ହଳା ହଳ ବିଷ ।


ତଥାପି ଅନେକ ଛନ୍ତି ଭଲ ଲୋକ

    ତାଙ୍କୁ କୋଟି ପ୍ରଣିପାତ 

ତାଙ୍କ ପାଇଁ ସୂର୍ଯ୍ୟ ଚନ୍ଦ୍ର ଆତ ଯାତ

    ତିଷ୍ଠିଛି ଜୀବ ଜଗତ ।


ନେତାମାନଙ୍କର ଅଭିନୟ ଖେଳ

     ପାତାଳକୁ ଲମ୍ବିଥାଏ

ତାଙ୍କରି ଚକ୍ରାନ୍ତ ଜାଲ ଅଭିନୟେ

    ନା କିଏ ତିଷ୍ଠି ଥାଏ ।


ମଣିଷ ଚିହ୍ନିବା ବହୁତ କଷ୍ଟ ତା

     ଅଭିନୟକୁ ଜୁହାର

ମିଛ ଦୁନିଆରେ ସତ ଅଭିନୟ 

   କରେ କଳାର ଠାକୁର ।   


Rate this content
Log in

Similar oriya poem from Abstract