ଅଭିନୟ
ଅଭିନୟ
ଏ ଦୁନିଆ ଏକ ରଙ୍ଗ ମଞ୍ଚ ହେଲେ
ଆମେ ତାର କଳାକାର
ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର
ଅଭିନୟ ଥାଏ ସାର ।
ଛୋଟ ଠାରୁ ବଡ ସମସ୍ତେ ଜୀବନେ
ଅଭିନୟେ ଧୁରନ୍ଧର
କୋମଳ ଶିଶୁଟି ଜାଣି ପାରେ ନାହିଁ
ପର କିଏ ଆପଣାର ।
ଉପରେ ଛଳନା ଜାଲ ସେ ବିଛାଇ
ଆପଣାର କରି ନିଏ
ସ୍ୱାର୍ଥ ସରିଗଲେ ବାଟ ଭାଙ୍ଗି ଦେଇ
ଦୂରକୁ ଫୋପାଡି ଦିଏ ।
କଳାକାରମାନେ ରଙ୍ଗମଞ୍ଚ ପରେ
ଅଭିନୟ କରିଥାନ୍ତି
ସବୁ ଦର୍ଶକଙ୍କ ହୃଦୟ ମନକୁ
କ୍ଷଣିକରେ କିଣି ନ୍ୟନ୍ତି ।
ନ ଥାଏ ତାଙ୍କର ହୃଦୟେ ଛଳନା
ମନରେ କପଟ ଭାବ
ଅଭିନୟ କରି ପେଟ ପୋଷୁଥାନ୍ତି
ଯେଉଁଠି ମିଳଇ ଠାବ ।
ନିଜର ଦୁଃଖକୁ ହୃଦୟରେ ଚାପି
ଦର୍ଶକ ହସାଉ ଥାଏ
ମନ ହୃଦୟର ଯନ୍ତ୍ରଣା ନିଆଁକୁ
ଲିଭେଇ ପାରେନା କିଏ ।
ହେଲେ ଏ ବାସ୍ତବ ମଣିଷ ଏମିତି
ମିଛ ଅଭିନୟ କରେ
ଭଲ ହେବା ମୁଖା ଉପରେ ପିନ୍ଧିଣ
ଯନ୍ତ୍ରଣା ଭିତରେ ଭରେ ।
ଯେଉଁଆଡେ ଯାଅ ଯାହାକୁ ବା ଦେଖ
ଅଭିନୟେ ସେ ଓସ୍ତାତ
କେତେବେଳେ କେଉଁ ରୂପ ଧରିଥାନ୍ତି
କାହାକୁ ବା ଅବଗତ ।
ବିଶ୍ବାସ କାହାକୁ କରିବ ବା ଏଠି
ଅଭିନୟେ ଗୁରୁ ସବୁ
ଚିହ୍ନିଲା ବେଳକୁ ସବୁ ସରି ଥାଏ
ଦିନ ଯାଏ କାନ୍ଦୁ କାନ୍ଦୁ ।
ମିଛ ମାୟା ଭରା ଏଇତ ଦୁନିଆ
କିଏ ବା ଅଟେ କାହାର
ଯେତେବେଳେ ସ୍ୱାର୍ଥ ସରି ଯାଏ ତାର
ସେଇଠି ହୁଏ ସେ ଦୂର ।
ସ୍ୱାମୀ ସ୍ତ୍ରୀ ମଧ୍ୟେ ଅଭିନୟ ଏଠି
ଛକା ପଞ୍ଝା ଚାଲିଯାଏ
ପ୍ରେମିକ ପ୍ରେମିକା ପ୍ରେମରେ ପାଗଳ
ବିବାହ ନା କରେ ସିଏ ।
ଠକ ଭଣ୍ଡାମୀର ଅଭିନୟ ଚାଲେ
ପ୍ରେମରେ ବି ଥାଏ ଧୋକା
କେଉଁଠି ପ୍ରେମିକ ଧୋକା ଦେଇ ଥାଏ
କାହା ସାଥେ ଯାଏ ପ୍ରେମିକା ।
କାହାର ଟଙ୍କାରରେ ବିଳାସ କରଇ
କାହା ସାଥେ ପଳେଇ ଯାଏ
ବିବାହ ପରେ ପ୍ରେମିକ ନ ଥିଲା
ତା ବରକୁ କହିଥାଏ ।
କେତେକ ପ୍ରେମିକ ନିୟମ କରନ୍ତି
କାହାକୁ ପାଇନି ଭଲ
ତୁମେ ମୋ ଆରମ୍ଭ ତୁମେ ହିଁ ତ ଶେଷ
ତୁମେ ମୋ ଗଳାର ମାଳ ।
ନାରୀ ଅଭିନୟ ନ ଥାଏ ତ ଥୟ
କେତେ ରୂପରେ କରନ୍ତି
ଜନନୀ ଭଗିନୀ ଜାୟାର ରୂପରେ
ଗତି ସିଏ କରିଥାନ୍ତି ।
କେବେ ମାଆ ରୂପେ ଦୁଃଖ ସେ ଭୁଲାଏ
କେବେ ସ୍ୱର୍ବସ୍ୱାନ୍ତ କରେ
ରାକ୍ଷାସୀ ରୂପକୁ କେବେ ସିଏ ଧରି
କ୍ଷଣିକେ ସବୁ ସଂହାରେ ।
ସନ୍ତାନର କେବେ ହୁଏ ସିଏ ସାହା
କେବେ ଚଣ୍ଡି ରୂପ ଧରେ
ଚାହୁଁ ଚାହୁଁ ସବୁ ଭସ୍ମ କରି ଦିଏ
ତ୍ରାହି ନା କେ ପାଇ ପାରେ ।
ବିଶ୍ବାସ ଏଇଠି ରହି ଥାଏ କମ୍
ଥାଏ ବେଶୀ ଅବିଶ୍ବାସ
ମିଛ ଅଭିନୟ କରନ୍ତିଏମିତି
ଭରି ହଳା ହଳ ବିଷ ।
ତଥାପି ଅନେକ ଛନ୍ତି ଭଲ ଲୋକ
ତାଙ୍କୁ କୋଟି ପ୍ରଣିପାତ
ତାଙ୍କ ପାଇଁ ସୂର୍ଯ୍ୟ ଚନ୍ଦ୍ର ଆତ ଯାତ
ତିଷ୍ଠିଛି ଜୀବ ଜଗତ ।
ନେତାମାନଙ୍କର ଅଭିନୟ ଖେଳ
ପାତାଳକୁ ଲମ୍ବିଥାଏ
ତାଙ୍କରି ଚକ୍ରାନ୍ତ ଜାଲ ଅଭିନୟେ
ନା କିଏ ତିଷ୍ଠି ଥାଏ ।
ମଣିଷ ଚିହ୍ନିବା ବହୁତ କଷ୍ଟ ତା
ଅଭିନୟକୁ ଜୁହାର
ମିଛ ଦୁନିଆରେ ସତ ଅଭିନୟ
କରେ କଳାର ଠାକୁର ।
