STORYMIRROR

Sagar Kumar Parida

Abstract Inspirational

2  

Sagar Kumar Parida

Abstract Inspirational

ଅଭିନୟ

ଅଭିନୟ

1 min
13


ଦୁନିଆର ଏହି ବିଶାଳ ମଞ୍ଚରେ

ଆମେ ସବୁ କଳାକାର,

ଭିନ୍ନ ଭିନ୍ନ ଚରିତ୍ରର ଅଭିନୟେ

ବିତେ ଜୀବନ ଆମର।।

ଗାଡି ଚଳାଇଲେ ଡ୍ରାଇଭର ଆମେ

ପାଠ ପଢ଼ାଇଲେ ଶିକ୍ଷକ,

କବିତା ଲେଖିଲେ କବି ହୋଇଥାଉ

ଗଳ୍ପକୁ ଲେଖିଲେ ଗାଳ୍ପିକ।।

ପୁଅ ଝିଅ ପାଖେ ପିତା ହୋଇଥାଉ

ପତ୍ନୀ ପାଖେ ସ୍ୱାମୀ ଦେବତା,

ଶିଷ୍ୟଙ୍କ ପାଖରେ ପୂଜନୀୟ ଗୁରୁ

କି ସୁନ୍ଦର ଆମ ବ୍ୟବସ୍ଥା।।

ଅଭିନୟ ଯା'ର ସୁକର୍ମରେ ରତ

ସଂସାର ମଙ୍ଗଳ ପାଇଁ,

ତା'ପରି ମାନବ ବିରଳ ସଂସାରେ

ମହତ ମଣିଷ ସେହି।।

ମୃତ୍ୟୁର କୋଳରେ ଯାଉ ଯେବେ ଶୋଇ

ସରିଯାଏ ଅଭିନୟ,

ଜନ ମୁଖେ ଶୁଭେ ଅଭିନୟ ବାର୍ତ୍ତା

ବିଜୟ ନା ପରାଜୟ।।

କରୁଥାଅ ନିତି ଭଲ ଅଭିନୟ

ଈଶ୍ୱରରେ ରଖିଲୟ,

କିଏ ଜାଣେ କେତେବେଳେ ଯମ ସାଥେ 

ହୋଇଯିବ ପରିଚୟ।।



Rate this content
Log in

Similar oriya poem from Abstract