ଅଭିନୟ
ଅଭିନୟ


ଏ ଜୀବନ ଆମର ରଙ୍ଗମଞ୍ଚ
ଆମେ ସବୁ ଅଭିନେତା ଅଭିନେତ୍ରୀ
ଆମ ଭିତରେ ହିରୋ ହିରୋଇନ୍
ଆଉ ଲୁଚି ରହିଛନ୍ତି ଗୁଣ୍ତା ଅନେକ॥
କର୍ମ ଅନୁସାରେ ମିଳିବ ଫଳ
ଏକଥା ସମସ୍ତଙ୍କୁ ଜଣା
ତଥାପି ଆମେ ଭୂଲ କରୁଛେ
ଆଉ ପ୍ରାୟଶ୍ଚିତ କରିବା ଆଗରୁ
ଶ୍ମଶାନ ର ଦ୍ବାରସ୍ଥ ହୋଈଥାଉ
ତଥାପି ଆମ ଭିତରେ ଅହଂ
ଘର କରି ରହୁଛି ପ୍ରତିଦିନ॥
ଯିଏ ଯେତିକି ଅଭିନୟ କରିବା କଥା
ସେତିକି ହିଁ କଲେ ଭଲ
ତା ଠାରୁ ଗୋଟିଏ ବି ଅଧିକ କମ
କରିନି ଏ ଯାବତ କିଏ ।
ଅଭିନୟ କରୁ କରୁ କିଏ ଥକିପଡେ
ଆଉ କିଏ ହାର ନମାନି ଆଗକୁ ବଢେ
ରଙ୍ଗମଞ୍ଚ ରେ ସବୁ ଲୋକ ସବୁ ପରିବାର
ଗୋଟିଏ ଗୋଟିଏ କାହାଣୀ ହୋଇଥାଉ
ଆଉ ନିଜ ପାଇଁ ଥୀବା ଅଭିନୟ ସାରି
ଯିଏ ଯାହା ବାଟରେ ପୁଣି ଫେରୁ॥