Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Classics

3  

Sanuja Meghamala

Classics

ଅଭିନୟ

ଅଭିନୟ

1 min
11.7K


ନିତି ରଙ୍ଗ ବୋଳି  ଅଭିନୟ  କରି

             ଥକି ଯାଏ ଏବେ ମୁହିଁ 

 ମରୁଭୂମି ସମ ଶୁଷ୍କ ଏ ଜୀବନ

            ତୃଷ୍ଣା ମୋର ମେଣ୍ଟେ ନାହିଁ।


 ଭାବିଥିଲି ଦିନେ ବୁଝିଯିବ ତୁମେ

               ମୋର ମନତଳ କଥା

  ମନ ଖୋଲି କିଛି କହିପାରିଲିନି 

               କଥା ରହିଗଲା ଅଧା ।

  

  ତୁମ ଅଭିନୟ ତୁମ ନୀରବତା

                ବୁଝି ତ ପାରିଲି ନାହିଁ

  ମିଛ ଥିଲା ଅବା ବାସ୍ତବ କାହାଣୀ

              ପଢି ପାରିନାହିଁ ମୁହିଁ। 


 ତୁମ ହସ ମୁହଁ  ଦେଖିଦେଲେ ଥରେ

            ଆନନ୍ଦ ବିଭୋର ହୁଏ

  ପୁଣି ଉଦାସିଆ ଗମ୍ଭୀର ମୁହଁଟା

           ଦୁଃଖ ଯେତେ ଭରିଦିଏ ।


ମୋ ଲୁହକୁ ପୋଛି ଖୁସି ଭରି ଦେଲ

              ସବୁ ଯନ୍ତ୍ରଣାକୁ ସହି

ଭରିଦେଲ ଓଠେ ବିଶ୍ୱାସର ହସ

             ହସେ ଆଜି ତୁମ ପାଇଁ ।

    

 ସତ ହେଉ ଅବା ମିଛ ଅଭିନୟ

             ଏମିତି ଯେ ହସୁଥିବି

 ପ୍ରତିଦାନରେ ମୁଁ ତୁମ ପାଇଁ ଏବେ

            ଏତିକି ତ ଦେଇଯିବି ।



Rate this content
Log in

Similar oriya poem from Classics