ଅଭିମାନୀ
ଅଭିମାନୀ


ମିଞ୍ଜି ମିଞ୍ଜି ସଂଜେ ସେ'ତ ତନ୍ଦ୍ରାୟିତ ସପନ
ଭିଜି ଭିଜି ନାଚୁଥିବା ଅଣାୟତ ଶ୍ରାବଣ ।।
ସେତ ପ୍ରେମ ସାତ ରଂଗ
ମୃଛନାର ସପ୍ତ ରାଗ ।
ଅଭିମାନେ ଜଳୁଥିବା-ଦହନର ଶିଖାଟିଏ ।।0।।
ଭାବେ ମୁଁ ସେ'ଚଇତାଳି
ଖେଳିଖେଳି ଲୁଚକାଳି
ଫଗୁଣର ପୂନିଅଁରେ
ହାତେ ଧରି ଫଗୁଥାଳି
ସକାଳର ଫଗୁଣ ସେ
ମନ ତଳ ଦହନ
ଶିହରିତ ପ୍ରାଣ ତଳେ-ପ୍ରଣୟ ଭରିଦିଏ।।୧।।
ଚାଲିଗଲେ ଫୁଲ ଝରେ
ହସେ ତା'ର ମପ ଭରେ
ଆଖିର କଜଳ ଗାରେ
କହେ କିଛି ଇଶାରାରେ
ସିଏ ସ୍ମୃତି ସେତ ଗୀତି
ଜୀବନର ପରିଣତି
ମନ ତଳେ ଉଙ୍କି ମାରେ-ଗାଇବାକୁ ଇଛାହୁଏ ।।୨।।