STORYMIRROR

Sunanda Mohanty

Tragedy Classics Others

3  

Sunanda Mohanty

Tragedy Classics Others

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
280

ଅଭିମାନୀ ଭକ୍ତ ଭକ୍ତିରେ ଆସକ୍ତ ଦେଖିବାକୁ ପ୍ରଭୁ ରୂପ 

ଦୁଃଖ ଅବା ସୁଖ ଯାହା ଦିଅ ନାଥ ମୁଖ୍ୟ ତାର ଜପ ତପ 

ଯେତେ ଦୁଃଖ ଦିଅ ଦୀନବନ୍ଧୁ କରି ନାହିଁ ତୁମ ଉପରେ ଆରୋପ ମନ ଅଭିମାନେ ସାଜି ଅଭିମାନୀ, ଥରେ ତ ତା ଭକ୍ତି ମାପ 

ସିନ୍ଦୁରେ ସିନ୍ଦୁରା ଫାଟିବା ଆଗରୁ ମନ୍ଦିର ଦ୍ୱାରେ ଉଭା କରିନି ପାପ 

ଅଭିମାନେ ଯଦି ଗାଳିଦିଏ ପ୍ରଭୁ କହି ତୁମକୁ କାଳସର୍ପ 

କ୍ଷମା କରିଦିଅ କଳା ଜହ୍ନ ଅଭିମାନିନୀ କୁ ଦିଅ ମୋକ୍ଷ 

ଜୀବନ ଟା ସାରା ପୂଜିକି ତୁମକୁ ନଗଲା ଯଦି ତା ଭୋକ 

ଟଙ୍କ ତୋରାଣି ରେ ଆଶା ଅସୁମାରୀ ବୁଡା଼ଅନା ତାର ଶୋଷ 

କେତେ ସେ ଗୁହାରୀ କରିଲା ଗୋସେଇଁ ଦୂରେଇବାକୁ ତା ପାପ 

ଆଞ୍ଜୁଳେ ଅଞ୍ଜଳି ଦେଇ ଫୁଲ ଥାଳି କରୁଅଛି କେତେ ଜପ 

ଭକ୍ତ ର ଦୁଃଖ ନ ଶୁଣିଲେ ହରି ଭକ୍ତ କୁ ପଡିବ ଭାରି ହେ ନାଥ 

ତୁମେ କୃପାସିନ୍ଧୁ କରୁଣା ନକଲେ ଅଭିମାନିନୀ ବୋଲାଇ ସେ ଭକ୍ତ 

କହିବୁଲୁଥିବ ଏ ଦେଉଳେ ନାହିଁ ଠାକୁର କାହିଁ ଅକାରଣ ମୋ ତପ 

ଆଖିରେ ଅଶ୍ରୁ ହୃଦୟେ ରଖିଛି ପ୍ରଭୁଙ୍କୁ ସିଂହାସନେ ସେତ 

ନ ରଖିଲେ ଜଗା ହେବ ହତଭାଗା ବା ହତଭାଗିନୀ ନିଶ୍ଚିନ୍ତ 

ଅଭିମାନିନୀ ର ଫେଡ଼ ହେ ଆରତ ଜୟ ଜୟ କଳା ନାଥ 

ଭକ୍ତ ଏଠି ପରା ତୁମରି ଦୁଆରେ ପାତିଅଛି ଦୁଇ ହସ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy