ଅଭିମାନୀ ଭକ୍ତ
ଅଭିମାନୀ ଭକ୍ତ
*॥୧॥*
ଆହେ ଜଗତ ଈଶ୍ୱର
ପ୍ରଭୁପରାତ୍ପର ,
ଜାଣିହୁଏନାହିଁ ପ୍ରଭୁ
ଅନ୍ତର ତୁମର,
ତୁମ ନାମଟି ଅନନ୍ତ,
ଏ ବିଶ୍ଵବ୍ରହ୍ମାଣ୍ଡେ ଏକା
ତୁମେ ବଳବନ୍ତ ॥
*॥୨॥*
ତୁମେ ହେ ଜଗାକାଳିଆ
ବଡ କପଟିଆ,
ନଟବର ନାମ ତୁମ
ହେ ନଟ କୁଟିଆ,
ଯେ ଭକତି କରେ ତାକୁ
ଦାଣ୍ଡେ କର ଠିଆ ॥
*॥୩॥*
ତୁମେ ବଡ ଦଗାଦିଆ
ନାଶି ନିଜ ବଂଶ,
ନ ରଖି ଉପ୍ରୋଧ
ବଧ କଲ ମାମୁଁ କଂସ
ତୁମକୁ ଯେ ଆଶା କରେ,
ନାନା କକର୍ଥନା ଦାନ
କର ବିଶେଷରେ ॥
*॥୪॥*
ଶଙ୍ଖ ଚ଼କ୍ର ଗଦା ପଦ୍ମ
ଧରିଛ ହସ୍ତରେ,
ଖଣ୍ଡିଆ ହାତେ ବସିଛ
ଦେଉଳ ଭିତରେ,
ପଦ୍ମ ଠାରେ କିଆଁ ମନ ?
ସୂର୍ଯ୍ୟଙ୍କୁ ଛାଡି ଭ୍ରମରେ
କରେ ପ୍ରୀତି ଦାନ ॥
*॥୫॥*
ଶଙ୍ଖକୁ ଧରିଛ କରେ
ଧ୍ଵନୀ ପାଇଁ ଖାଲି,
ବୃଥାରେ ଗରଜିମରେ
ଶୁଭ ଶଙ୍ଖ ବୋଲି,
ବୃଦ୍ଧି କରଇ ଯାତନା,
ସ୍ଵାର୍ଥପର ଶଙ୍ଖଧାରୀ
ତୁମ ନାମ ସିନା ॥
*॥୬॥*
ଚକ୍ରଧାରଣ କରିଛ
ନାମ ଚ଼କ୍ରଧାରୀ,
ଭୟ ଲାଗେ ଦରଶନେ
ତା ରୂପ ଶ୍ରୀହରି,
ଗ୍ରାହ ଶିର ଛେଦ ପରେ,
କଳଙ୍କି ଲାଗି ଯାଇଛି
ତାହାର ଧାରରେ ॥
*॥୭॥*
ମୋ କଷଣ ନାଶିବାକୁ
ନାହିଁ ତାର ବଳ ,
ମନରେ ବିଚାର କର
ପ୍ରଭୁ ଆଦିମୂଳ,
ଆଙ୍ଗୁଠିର ଶୋଭା ପାଇଁ,
କଷ୍ଟକୁ ନ ନାଶି ଦୁଷ୍ଟ
ନାଶକର ସାଇଁ ॥
*॥୮॥*
ଗଦାଧର ତୁମ ନାମ
କିଏ ଦେଲା କାହିଁ ?
ତୁମ ଗଦା ଦୁଃଖ ପଦା
କରି ନ ପାରଇ ,
ତୁମ ଗଦାକୁ ପ୍ରଣାମ ,
ଦାନବ ଦଳନେ କେଉଁ
ଯୁଗେ ଥିଲା କାମ ? ॥
*॥୯॥*
ଦୁଃଖି ଦୁଃଖ ସହି ମରୁ
ତୁମେ ଯାତ୍ରା କର,
ତୁମର କି ଯାଏ ଆସେ
ରସିକ ନାଗର,
ରାଧା ବିରହିଣୀ ହେଉ,
କୁବୁଜା ପ୍ରେମରେ ବୁଡି
ତୁମ ଦିନ ଯାଉ ॥
*॥୧୦॥*
ମୀରା ବିଷପାନ କରୁ
ଗିରିଧର ଡାକି,
ଯଶୋମତୀ ଝୁରି ମରୁ
ଗୋପରେ ଏକାକୀ,
ତୁମେ କରୁଥାଅ ଲୀଳା,
ଅଭିମାନୀ ଭକ୍ତ ପ୍ରାଣ
କଣ୍ଠାଗ୍ରତ ହେଲା ॥
