ଅଭେଦ୍ୟ ଅଭୟ
ଅଭେଦ୍ୟ ଅଭୟ
କବିତା - ଅଭେଦ୍ୟ ଅଭୟ
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୧-୨୦୨୬
++++++++++++++++
ଶେଷ ବସରେ ଓହ୍ଲେଇଗଲି
ରାତି ଦଶରେ
ଛାୟା ସିନ୍ଗଧ ଅନ୍ଧାରୀ ଆକାଶ
ମୁଣ୍ଡ ଉପରେ
ଅମାବାସ୍ୟାର କଳା କିଟିକିଟି ପ୍ରକାଶ
ଆଖି ଆଗରେ
ମିଞ୍ଜି ମଞ୍ଜି ବିଜୁଳି ବତିର ଆଲୋକ
ଫୁଲ ମାଳ କରି
ଅସରନ୍ତି କଂକ୍ରିଟ ରାସ୍ତା ଲମ୍ବିଛି ମୂଳକ
ହାତକୁ ହାତ ଧରି ଘେରି
ଚାରିଆଡ଼ ଶୂନଶାନ ନିଛାଟିଆ
ଜନ ମାନବ ଶୂନ୍ୟ ଧୂଆଁମୟ ପ୍ରବାଳ
କାଁ ଭାଁ ଚାରି ଚକିଆାର ଶବ୍ଦ ହେଣ୍ଟାଳ
ବୁଲା କୁକୁରର ଭୋ ଭୋ ବିକଟାଳ
ଛାତି ଭିତରେ ଡ଼ର ଉୟର ଧକ ଧକ କଟାଳ
କେବଳ ମୁଁ ଆଉ ମୋ ପାଦ ପାଉଁଜର
ଝନ୍ ଝନ୍ ଶବ୍ଦ ଝଙ୍କାର
ନିଛାଟିଆ ନିରୋଳା ପ୍ରହର
ଡ଼ର ଲାଗୁଥିଲେ ବି
ସେହି ଶବ୍ଦମୟତା ହିଁ ମୋ ସାଥି ସହଚ଼ର
ସାହସ ପ୍ରଦାନ କରୁଥାଏ ଅଳ୍ପ ବହୁତେ ନିରନ୍ତର
ଭୂଲ କହିଲି
ମୋ ସହିତ ଚାଲୁଥାଏ ମୋ ଛାଇ
ପାଦରେ ପାଦ ମିଶେଇ
ମୋ ସହ ସାଙ୍ଗ ହୋଇ
ଦେଉଥିଲା ନିଶବ୍ଦ ଆଶ୍ୱାସନା
ଏକା ଏକା ଚାଲିବାର ବିଶ୍ୱାସ ବାହାନା
ଡେଙ୍ଗା ଠେଙ୍ଗା ପରି ରହି ରହି ଅଭୟ ସମ୍ବେଦନା
କେହି ନ ଥାଉ ଆଖେ ପାଖେ
ଆଗରେ ପଛରେ
ଏକା ତ ଚାଲିବାର ଅଛି
ଏମିତି ସେମିତି ଲକ୍ଷ୍ୟ ଭେଦିବାର ଅଛି
ଅନେକ ଦୂର ପରା ଗନ୍ତବ୍ୟ ସ୍ଥଳ
ଅନନ୍ତ ଅନ୍ତରୀକ୍ଷ ପରି ଅଗମ୍ୟ ଅଞ୍ଚଳ
ଡ଼ର ଭୟକୁ ଜୟ କଲେ ହିଁ ଅଭେଦ୍ୟ ଅଭୟ
ସାହସକୁ ସଞ୍ଚୟ କରି ଆଗେଇଲେ ହିଁ ପାର୍ଥିବ ପାଥେୟ
ମନେ ମନେ ଗୁଣୁଗୁଣେଇ ଚାଲିଥିଲି
କହୁଥିଲି ଜୟ ହନୁମାନ ଜୟ
ଡ଼ର ର ଆଗେ ପରା ଜୟ
ଭୟ ର ଆଗେ ପରା ବିଜୟ
ସାହସର ଜମାପୁଞ୍ଜିରେ ପରା ମହାବିଜୟ
