STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଆୟତ ଆଖି ଦୁଇ

ଆୟତ ଆଖି ଦୁଇ

1 min
183

ଆୟତ ଆଖି ଦୁଇ ମୋର 

ରହିଛି ଅନେଇ

କେବଳ ଦେଖିପାରେ କି 

ମେଲାଥିଲେ ଡୋଳା ନଚେଇ ?


କଥା ବି କହିପାରେ 

ପଲକ ନ - ପକେଇ


ପ୍ରଶ୍ନ ବି ପଚାରିପାରେ

 ଇଙ୍ଗିତ ଦେଖେଇ


ଆଉ ଯେବେ ଯେବେ 

ସେହି ପ୍ରଶ୍ନିଳ ଆଖି 

ପ୍ରଶ୍ନବାଣ କରେ


ତେବେ ତେବେ ପ୍ରଶ୍ନୋତ୍ତର

 ଦେବା କଠିନ ନୁହଁ

 କୋଷ୍ଠକାଠିନ୍ୟ ଲାଗେ 

କୁହ କାହିଁ ପାଇଁ ?


ସ୍ଵପ୍ନିଳ ଆଖି ଦୁଇ ମୋର

ଦେଖିପାରେ ଯୋଜନ ଯୋଜନ 

ଆଖି ମୁଦେଇ


ଭାବିକି କହିପାରେ

 କଳ୍ପନା ଚକ୍ଷୁରେ ଥୋଇ


ସୂକ୍ଷ୍ମାତୀସୂକ୍ଷ୍ମ ଚିନ୍ତା ଚଉତାଳି 

ରଚେ ଧ୍ୟାନସ୍ଥ ହେଇ


ଯେବେ ଯେବେ ମୁଦ୍ରିତ ନୟନଯୁଗଳ 

ଧ୍ୟାନମଗ୍ନ ତପୋବନେ ବସି

କରେ ତତ୍ତ୍ଵଜ୍ଞାନ 


ତେବେ ତେବେ ନୂଆ ଦର୍ଶନ- ବିଜ୍ଞାନର 

ହୁଏ ଆବିଷ୍କାର ଉଦ୍ଭାବନ

 ପୁସ୍ତକଗତ ପାଇଁ।


ମାତ୍ର ମନକୁ ସ୍ଵତଃ ଆସେ

କେଉଁ ଟା ଭଲ

କେଉଁଟା ଭେଲ


ଖୋଲା ଆଖିରେ ଦେଖିବା

ନା -ମୁଦ୍ରିତ ଆଖିରେ ହେଜିବା


ତୃତୀୟ ନୟନରେ ପରଖିବା

ପରୀକ୍ଷା ନୀରିକ୍ଷା କରିବା

ତର୍ଜମା ମାର୍ଜଣାର 

ତର୍କ ବିତର୍କର 

ତରାଜୁରେ ତଉଲିବା 


ବିବେକର ବୃଶ୍ଚିକ ବଂଶନ

ବୃଦୟର ଏରୁଣ୍ଡି ଲଂଘନ


ଆଖି ଦୁଇ ଯଦି ଡେଇଁ ପାରେ ଲକ୍ଷ୍ମଣରେଖାର ଦ୍ଵାର

ତୁଣ୍ଡ ବାବଦର ଖଣ୍ଡାଧାର


ମୁଦ୍ରିତ ହେଉ କି ଖୋଲା

ଅନନ୍ତ ଶୟନେ ଅବା ଠିଆମେଲା


ବିଶ୍ଵନୟନ ହୋଇ

 ବିଶ୍ଵବାତାୟନ ଧ୍ୟାଇ

ବିଶ୍ଵକଲ୍ୟାଣ ଜନମଙ୍ଗଳ କର୍ମକାଣ୍ଡକୁ


ଦେଖୁ ଚିନ୍ତୁ ହେଜୁ

ଅନୁଚିନ୍ତାରେ ହେଉ ଟଳମଳ

ଆଖି ଦୁଇ ମୋର ଲାଗୁ ସ୍ୱପ୍ନିଳ ଶତଦଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy