ଆଉ ନାହିଁ
ଆଉ ନାହିଁ
ଖୁସି ରୁଷି ଗଲା
ଶାନ୍ତି ନିରୁଦ୍ଦିଷ୍ଟ ହେଲା
ଯେବେ ମଣିଷ ଚାହିଁଲା ସୁଖ
ହସ କଟି ପକେଇଲା
ଆନନ୍ଦ ଅଭିମାନେ
ପାଖ ଛାଡି ଦେଲା
ଏବେ ଜାବୁଡି ଧରନ୍ତି
ଯେତେ ରୋଗ,ଶୋକ ଓ ଦୁଃଖ।
ହସିବାକୁ ଇଛା କରି
ହସି ପାରେ ନାହିଁ
କାନ୍ଦିବାକୁ ମନ
ହେଲେ କାନ୍ଦି ନ ପାରଇ
ଏ କି ଜୀବନ
ଯହିଁ ମୁଣ୍ଡ କୋଡ଼ିବା
ଭାଗ୍ୟକୁ ନିନ୍ଦିବା ଵ୍ୟତୀତ
ଆଉ କିଛି ନାହିଁ ।
ପତି ପତ୍ନୀ ଭାବ
ନିହାତି ନୀରୋଳା
କୁଆଡେ ଯାଇଛି ଉଭେଇ
ପିତା ମାତା ପ୍ରତି କର୍ତ୍ତବ୍ୟ
ପିଲା କିଛି ନ କରଇ
ସମ୍ପର୍କର ମଧୁରତା
ଆଉ କାହା ଭିତରେ ନାହିଁ।
