STORYMIRROR

ଗଣେଶ୍ୱର ବେହେରା

Tragedy Inspirational

3  

ଗଣେଶ୍ୱର ବେହେରା

Tragedy Inspirational

ଆଉ ଏକ ସ୍ଵାଧୀନତା

ଆଉ ଏକ ସ୍ଵାଧୀନତା

1 min
201

ବଡିଭୋରରୁ ଗାଧୋଇ 

ତ୍ରିରଙ୍ଗା ଟିଏ ଧରି 

ଜନ ଗଣ ମନ ଗାଏ 

ପୁଡ଼ିଆ ଟେ ଧରିଲେ 

ସରିଯାଏ ସ୍ଵାଧୀନତା ....


ପୁଣି ସେଇ ପୁରୁଣା ଅଧ୍ୟାୟ 

ଫୁଟପାଥ୍ ରେ ଫୁଙ୍ଗୁଳା ଶିଶୁ 

ଖୋଲା ଆକାଶ ତଳେ ଜୀବନ 


ଛିଣ୍ଡା କନାରେ ଢଙ୍କା ଦେହ

ହାତରେ ଦୟାର କଂସା

ଟ୍ରାଫିକ୍ ରେ ଭିକ ମଗା 

ଅବହେଳିତ ଶୈଶବ ....


ତଥାକଥିତ ଗଣତନ୍ତ୍ରର 

ମଙ୍ଗୁଆଳ ମାନଙ୍କ କଥାରେ 

ହଁ ଭରିଚାଲେ 

ରାଲିରେ ଯାଏ

ଅଭାବ ସାଥେ ନିଇତି ଯୁଝେ


ବେକାରୀ ଭୂତଟା ପଛରେ ଗୋଡାଏ

ବୁଢା ବାପାମା ବିଛଣାରେ ସଢନ୍ତି 

ବାଡୁଅ ସ୍ଵପ୍ନ କବର ନିଏ 

ବିଦ୍ରୋହୀ ମନଟା ଅକାଳରେ ଝରିପଡ଼େ ।


 ପରିବର୍ତ୍ତନ ର ଝଙ୍କାରକୁ ଖୋଜିବୁଲେ 

ଥକିଯାଏ ବିଚରା

ଆଶରା ପାଏନି କେବେ

ଦାସତ୍ବ ଗୁଳାରେ ପୁଣି ଚାଲେ 

ଆଉ ଏକ ସ୍ଵାଧୀନତା ସଂଗ୍ରାମ ଅପେକ୍ଷାରେ ।


Rate this content
Log in

Similar oriya poem from Tragedy