Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Abstract Classics Inspirational

4  

Chandrakanta Jena

Abstract Classics Inspirational

ଆଉ ଏକ କ୍ରାନ୍ତି-୩

ଆଉ ଏକ କ୍ରାନ୍ତି-୩

1 min
290



ଦେଶ ହିତେ କାହୁଁ ସେ କରିବା ଚିନ୍ତା

ସ୍ବାର୍ଥ ପଛେ ଅନ୍ଧ ସର୍ବେ

ଦିଅଁ ଖାଇ ଚଳୁ କଲେଣି ଖଟୁଲି

ବସିଭୂତ ହୋଇ ଲୋଭେ   ।


ପ୍ରକୃତି ସମ୍ପଦେ ଭରା ଦେଶ ମୋର

ତଥାପି ଗରିବ ଏହି

ଖଣି ପାଣି ବିକି ବିଦେଶେ ସଞ୍ଚନ୍ତି

ଧର୍ମେ ଆଖି ଠାର ଦେଇ ।


ବୋପା ଧନ ଭାବି ରାଜସ୍ବ ପାଣ୍ଠିକୁ

ଖୋଳ କରୁଛନ୍ତି ନେତା

କହିବା ଲୋକର ତଣ୍ଟି କାଟି ଦିଏ

ଆମ ଏ ନ୍ୟାୟ ବ୍ୟବସ୍ଥା ।


ନାରୀଙ୍କୁ ସମ୍ମାନ ମିଳୁ ନାହିଁ ଆଜି

ଶିଶୁଙ୍କୁ ମିଳୁନି ଶିକ୍ଷା

ସ୍ବାସ୍ଥ୍ୟସେବା ନାମେ ବଣିଜ ଚାଲିଛି

କିଏ ବା କରିବ ରକ୍ଷା ।


ପେଟ ପାଇଁ ଦାନା ଯୋଗାଉଛି ଯିଏ

ଖରା ବର୍ଷା ଶୀତ ସହି

ତାର ଦୁଃଖ କଥା ବୁଝନ୍ତିନି କେହି

ମରେ ସିଏ ବିଷ ପିଇ  ।


ଗରିବ ଗରିବ କହି ଜନତାଙ୍କ

ବିକୃତ କଲେଣି ଚିନ୍ତା

ଜନତାଙ୍କୁ ଲୁଟି ବୋଲନ୍ତି ସେ ସାଧୁ

କେତେ ମନ୍ତ୍ରୀ କେତେ ନେତା ।


କେତେ ଦିନ ଆଉ ଏମିତି ଚାଲିବ

ଉଠ ହେ ଓଡ଼ିଆ ଜାତି

ଭ୍ରଷ୍ଟାଚାର ମେରୁ ହାଡ଼ ଭାଙ୍ଗି ଦେବା

ଆଣି ଆଉ ଏକ କ୍ରାନ୍ତି  ।


Rate this content
Log in