STORYMIRROR

Tapan Dixit

Abstract Fantasy

2  

Tapan Dixit

Abstract Fantasy

ଆଉ ଦୋଷ ଦେବ ନାହିଁ

ଆଉ ଦୋଷ ଦେବ ନାହିଁ

1 min
2.6K


ଅଳସୀ ସଞ୍ଜଟା କଳସୀ ଭରୁଛି

ଲାଜୋଇ ନଈର ଘାଟେ

ଭିନି ଭିନି ମଧୁ ମାଳତୀ ମହକ

ପବନେ ଚହଟି ଉଠେ ,

ଛାଇ ଅନ୍ଧାରରେ ଦେହ ଚୋରି ହୁଏ

ପଲକଟା ଭାରି ଭାରି

ନିଶ୍ୱାସେ ଛୁଇଁଛି ତୁମରି ମହକ

ଭାବନାରେ ହେରା ଫେରି,

ରାତି ସପନକୁ ଆସିବାକୁ ବନ୍ଧୁ

ଏବେ ଠାରୁ ଦେଲି କହି

ସକାଳୁ ସକାଳୁ କହି ନାହିଁ ବୋଲି

ଆଉ ଦୋଷ ଦେବ ନାହିଁ …।।

ତପନ ଦୀକ୍ଷିତ (ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract