STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ଆତ୍ମଯୁଦ୍ଧ

ଆତ୍ମଯୁଦ୍ଧ

1 min
8


ମୋ' ଅନ୍ତର ପୃଥିବୀରେ ଯୁଦ୍ଧ ହେଉଛି ହେଉ

ଶରୀର ସରୁଛି ସରୁ ହୃଦୟ ହାରୁଛି ହାରୁ

ଏ ହାରିବାରେ ଜିତିବାଠୁ ଢେର ଅଧିକ ଆନନ୍ଦ

ନିଜେ ନିଜର ପ୍ରତିଦ୍ବନ୍ଦୀ ନିଜ ସହ ତର୍କ

ନିଜକୁ ନିଜେ କରୁଥାଏ ନିନ୍ଦା ଓ ଦେଉଥାଏ ଗାଳି,


ଆତ୍ମଯୁଦ୍ଧ ଚାଲିଛି ମୋ' ମନର ମୁକ୍ତମାଟିରେ 

ଗୋଟେ ପଟେ ଯୁଦ୍ଧକ୍ଷେତ୍ର ଅନ୍ୟ ପଟେ ଜଜ୍ଞକୁଣ୍ଡ

ମନର ମନ୍ଦିରରେ ଆତ୍ମା ଶାନ୍ତି ପାଇଁ ଜଜ୍ଞ ଚାଲିଛି 

ଭାବନା ଗୁଡିକ ମୋର ମନ୍ତ୍ର ପରି ହୋଇ ଉଚ୍ଚାରିତ

କିଛି ଇଛା ଓ ଆଶାକୁ ଘିଅ ପରି ଜାଳିଜାଳି,


ବିବେକ ମୋର ରାଜା ଥିଲା ରାଜା ଅଛି ଓ ରହିବ

ଲେଖିରଖ ପ୍ରିୟଜନ ତୁମ ମସ୍ତିଷ୍କ କାଗଜରେ

ଜଳୁଥିବି ଦିନେ ଜଳିଜଳି ହସୁଥିବି ଶବରୂପରେ

ଏ ଜୀବନକୁ ମୋର ତୁଚ୍ଛ ହେବାକୁ ଦେବିନି କେବେ

ନିଜସହ ଯୁଦ୍ଧେ ନିଜେ ନିହତ ହେବି ନିଜ ରକ୍ତ ବୋଳି,


ନା କାହାର ହେବ କ୍ଷତ ନା କିଏ ପାଇବ କଷଣର ଲୁହ

ମୋ' ଅନ୍ତର୍ମୁଖୀ ଚେତନାର ଅସ୍ତ୍ରେ ନିଜେ ହେବି ପରାଜିତ

ଆତ୍ମସ୍ଥ ହେଉ ଯେତେ ମୋର ଶକ୍ତିର ସ୍ରୋତ ମୁକ୍ତିର ପଥ 

କେହି କାନ୍ଦିବେନି ମୋ' ପାଇଁ, ହସାଇ ପାରିନି ସତେ କାହାକୁ

ଆତ୍ମଯୁଦ୍ଧର ଶେଷରେ ମୁଁ ନିଜକୁ ହରାଇ ନିଜେ ହେବି ଶକ୍ତିଶାଳୀ।




Rate this content
Log in

Similar oriya poem from Abstract