ଆତ୍ମହତ୍ୟା
ଆତ୍ମହତ୍ୟା
ଏଇ ନିର୍ଜନ ଜହ୍ନ ଆଲୁଅ ରାତିରେ
ଶୂନସାନ ରାସ୍ତାରେ
ବାତ୍ୟାରେ ନଇଁ ପଡ଼ିଥିବା ବରଗଛଟା
ମୋତେ କହୁଛି କେତେ ଆଉ ଚାଲିବୁ
ଏକାଏକା , ଥକି ଗଲୁଣି
ଆ ଝୁଲିଯା ମୋ ଡାଳରେ
କେହି ନହେଲେ ମୁଁ ତୋତେ ଆଶ୍ରା ଦେବି
ତୋର ମୋର କଥା ହେବା ଚୁପଚାପ
ଏ ସହରଟା ନିଦେ ଶୋଇଗଲା ପରେ।
ମୁଁ କହିଲି ସତ କହ
ତୁ ବି ମୋତେ ଠକି ଦବୁନି ତ!
ସକାଳେ ଲୋକମାନେ ଜାଣିଗଲା ପରେ
ସେ ହସି କହିଲା, ନା ରେ !
ଯେ ଅନ୍ୟ ପାଇଁ ବଞ୍ଚିବା ଶିଖିଛି
ଠକିବା ଲେଖା ନାହିଁ ତା ଜାତକରେ ।।
