ଆତ୍ମହତ୍ୟା ତ ଏକ ରୋଗ
ଆତ୍ମହତ୍ୟା ତ ଏକ ରୋଗ
ଥାଉ ପାଖରେ ପ୍ରାଚୂର୍ଯ୍ୟ
ଧନ ସମ୍ପତିର,
ପଦ ପଦବୀର,
ସୁନ୍ଦର ପରିବାରର ।
ହୁଅ ଅଧିକାରୀ,
ଅସୀମ କ୍ଷମତାର,
ଅତୀବ ସୁନ୍ଦର ରୂପର,
ସଫଳତାର ଶୀର୍ଷର ।
ଜୀବନଟା
କିଛି ମୁହୂର୍ତ୍ତର,
ଅଟେ କ୍ଷଣ ଭଂଗୁର,
ଡାହା ମିଛର ସମ୍ଭାର ।
ମୃତ୍ୟୁ,
ଅଟେ ଚିରନ୍ତନ ସତ୍ୟ,
ବଞ୍ଚିବା ପାଇଁ ଚେଷ୍ଟିତ,
ଜୀବନର ଗତି ମୃତ୍ୟୁ ଆଡକୁ,
ବଞ୍ଚିବା ପାଇଁ ସଦା ଲଢିବାକୁ ।
କ୍ଷଣ ଭଂଗୁର ଜୀବନରେ,
ଜୀବନ ଅଛି ତ ଯନ୍ତ୍ରଣା ଅଛି,
ଜୀବନ ଅଛି ତ ଅଭାବ ଅଛି,
ଜୀବନ ଅଛି ତ ଅସୁବିଧା ଅଛି ।
କ୍ଷଣ ଭଂଗୁର ଜୀବନରେ,
ଜୀବନ ଅଛି ତ ଅସନ୍ତୋଷ ଅଛି,
ଜୀବନ ଅଛି ତ ଅବଶୋଷ ଅଛି,
ଜୀବନ ଅଛି ତ ପ୍ରତାରଣା ଅଛି ।
କ୍ଷଣ ଭଂଗୁର ଜୀବନରେ,
ଜୀବନ ଅଛି ତ ଦୁଃଖ ଅଛି
ଜୀବନ ଅଛି ତ ସୁଖ ଅଛି।
ଜୀବନ ଅଛି ତ ଆନନ୍ଦ ଅଛି
ଜୀବନ ଅଛି ତ ବିଷାଦ ଅଛି ।
ଏସବୁର ସମାହାର ଜୀବନ,
ଆବଶ୍ୟକ କେବଳ ସନ୍ତୁଳନ,
ସନ୍ତୁଳନ ଅଭାବ ହୋଇଲେ,
ବଞ୍ଚିବା ପାଇଁ ନିଜ ଚେଷ୍ଟାରେ,
ଦୂର୍ବଳ ହୁଏ ମାନସିକ ସ୍ତରରେ ।
ବଞ୍ଚିବାର ଇଛା,
କମିଯାଏ ପରିସ୍ଥିତିର ଚାପରେ,
ପଳାତନପନ୍ଥୀ ଭାବନାରେ,
ଲଢି ଜିତି ଜିଇଁବାକୁ ଇଛାରେ
କମିଯାଏ ଧୀରେ ଧୀରେ ।
ଯଦି ଗଛ ପଶୁ ପକ୍ଷୀଂକୁ ଦେଖିବା
ଆତ୍ମହତ୍ୟା କରନ୍ତି କି ନାହିଁ, ନପାଇବା
ସଭ୍ୟ ଶିକ୍ଷିତ ମଣିଷ ମାନଂକୁ ଦେଖିବା,
ପାଇବା ତ ଆତ୍ମହତ୍ୟା କାମଟି କରିବା ।
ତେବେ ଆତ୍ମହତ୍ୟା କାହିଁକି?
ଧୈର୍ଯ୍ୟର ଅଭାବ,
ସହନଶୀଳତାର ଅଭାବ,
ସମସ୍ୟାର ସମାଧାନ ଚିନ୍ତାର ଅଭାବ,
ନିର୍ଦ୍ଦିଷ୍ଟ ମାନସିକ ଭାରସାମ୍ୟର ଅଭାବ ।
ଆତ୍ମହତ୍ୟାରୁ ମୁକ୍ତି,
ବଞ୍ଚି ରହବାର ପ୍ରବୃତ୍ତି ଆବଶ୍ୟକ,
ପରିସ୍ଥିତିକୁ ସହି ଯିବା ମନର ଆବଶ୍ୟକ,
ନିଜର ଚିନ୍ତା ଚେତନାକୁ ପରଖିବା ଆବଶ୍ୟକ,
ଆତ୍ମବିଶ୍ଳେଷଣ କରିବା ଆବଶ୍ୟକ ।
