STORYMIRROR

Aishwarya Mishra

Tragedy

4  

Aishwarya Mishra

Tragedy

ଆତ୍ମଗୋପନ

ଆତ୍ମଗୋପନ

1 min
243

ମୁଁ ବଞ୍ଚିଛି, ଅବା;

କରୁଛି କେବଳ ମୃତ୍ୟୁକୁ ପ୍ରତୀକ୍ଷା

ନାହିଁ କିଛି ମୋର ଜୀବନର ମାନେ

ମୋ ମୃତ୍ୟୁ ବି ଦେବ ନାହିଁ ଦୁଃଖ

କାହାର ମନେ ।


ମୃତ୍ୟୁ କୋଳେଇ ନେବା ପୂର୍ବରୁ ହିଁ 

ମୁଁ ପାଲଟିଯାଇଛି ଶବ ,

ନିଜକୁ ଦେଖି ଆଜି 

ମୁଁ ନିଜେ ଆଜି ସ୍ତବ୍ଧ !

ଅସ୍ତରାଗର ଅରୁଣିମା ପରି

ରକ୍ତବିଭା ହୋଇଉଠିଛି ମୋ ଜୀବନ ।


ଜଣାପଡୁନାହିଁ ,

କାହାର ହୋଇଛି ହତ୍ୟା !

କିଏ ବା ହୋଇଛି ହତ ?


କାହିଁ ଆଖିକୁ ଦେଖାଯାଉନି ତ

ରକ୍ତର ଚିହ୍ନ ,

ନାକ ବି ବାରିପାରୁନାହିଁ ରକ୍ତର ଗନ୍ଧ !

ତଥାପି ;

ସବୁ କିଛି ରକ୍ତିମ ଏଠି,

ମନ ବି ସାଜିଛି ଲାଲ୍ ରଂଗରେ ବିଚିତ୍ରବର୍ଣ୍ଣା!


ଏଠି କ'ଣ ସତ ?

ଆଉ କ'ଣ ବା ପ୍ରହେଳିକା ?

କେଉଁଟି ମୃଗତୃଷ୍ଣା 

ଅବା କିଏ ରଚିଛି ଐନ୍ଦ୍ରଜାଲର ମାୟା ?


ମୁଁ ତ ଆହୁରି ଧସେଇ ପଶୁଛି 

ଏକ ଅଭେଦ୍ୟ ବ୍ୟୁହ ମଧ୍ୟକୁ

ଅର୍ଜୁନରୁ ଧିରେ ଧିରେ 

ପାଲଟୁଛି ବୃହନ୍ନଳା,

ନିଜେ ଦୂରେଇ ଯାଉଛି ନିଜ ଠାରୁ,


ଆଇନାର ପ୍ରତିବିମ୍ବ ବି ,

ମୋତେ ଦେଖି କରୁଛନ୍ତି ଅଟ୍ଟହାସ୍ୟ

ସତେ ଯେପରି ,

ମୁଁ ପାଶୋରି ଦେଇଛି 

ନିଜର ସଂପୂର୍ଣ୍ଣ ଅସ୍ତିତ୍ଵକୁ,


ମୁଁ ନିଜେ ରଚିଛି ମୋ ପାଇଁ,

ଏକ ଅନ୍ଧକାରମୟ ସଂସାର ,

ଯେଉଁଠି ଆଲୋକର 

ସମ୍ପୂର୍ଣ୍ଣ ଭାବେ ପ୍ରବେଶ ନିଷିଦ୍ଧ ,


ସେହି ଦୁନିଆଁରେ ,

ମୁଁ ନିଜ ସହ ଏକା ଏକା ଖେଳେ ଲୁଚକାଳି

ଭୂଲି ନିଜର ସବୁ ସ୍ବାଭିମାନ

ନିଜ ଭାବନା ଭିତରେ ହିଁ 

କାହିଁ କେଉଁଠି ମୁଁ କରିଛି ଆତ୍ମଗୋପନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy