ଆତ୍ମଦାହ
ଆତ୍ମଦାହ
ଜଗତ କଲ୍ୟାଣ ପାଇଁ ଋଷି ମୁନି
ଦେଇଥାନ୍ତି ଆତ୍ମଦାହ
ଏଇ ଆତ୍ମଦାହ ସମାନ୍ୟ ନୁହଁଇ
ନ ଲାଗେ ସେଥିରେ ମୋହ ।
ଇତିହାସ ଅବା ପୁରାଣ ଶାସ୍ତ୍ରକୁ
ଟିକେ କର ଅନୁଧ୍ୟାନ
ଆତ୍ମଦାହ ପୂରା ନିହତ ରହିଛି
ଦେଇଛି ସେ ନିଦର୍ଶନ ।
ଧ୍ୟାୟୀ ପନ୍ନା ନିଜ ପୁତ୍ର ବଳି ଦେଇ
ଆହୂତି ଦେଲେ ସୁଖକୁ
ଦେଇଥିବା ସତ୍ୟ ରକ୍ଷା କରିଥିଲେ
ବରି ସେ ନିଜ ଦୁଃଖକୁ ।
ଚିତ୍ତୋରର ରାଣୀ ପଦ୍ମିନୀ ସୁନ୍ଦରୀ
ସତୀ ଦାହ ପ୍ରଥା ପାଳି
ସ୍ବାମୀ ଚାତାଗ୍ନିରେ ଝାସ ଦେଇ ସିଏ
ଆତ୍ମହୃତି ଦେଲେ ବଳି ।
ଜୟୀ ରାଜଗୁରୁ ଦେଶ ପ୍ରେମ ପାଇଁ
ଆତ୍ମଦାହ ଦେଇ ଥିଲେ
ବାରଶହ ବଢେଇ ପାଇଁ ଧର୍ମପଦ
ଜୀବନ ଉତ୍ସର୍ଗ କଲେ ।
ଜାତି ଭାଇ ପାଇଁ ଆତ୍ମଦାହ ସିଏ
ହସି ହସି ଦେଇ ଦେଲେ
ରାଣୀ ଲକ୍ଷ୍ମୀବାଈ ଫିରିଙ୍ଗ ସଂଘର୍ଷେ
ଆତ୍ମଦାହ ଦେଇ ଥିଲେ ।
ରାବଣ ସ୍ପର୍ଶରେ ଦେବହୂତି ନିଜେ
ଆତ୍ମଦାହ ଦେଇ ଦେଲା
ସେଇ ଆତ୍ମଦାହ ମହଙ୍ଗା ପଡିଲା
ବଂଶ ତା ନିପାତ ହେଲା ।
ବୃତ୍ତାସୁରେ ଭୟେ ଦେବଗଣ ଆସି
ଦଧିଚି ପାଶେ ମିଳିଲେ
ରାକ୍ଷାସ କବଳୁ ରକ୍ଷାକର ଋଷି
ବୋଲି ଶରଣ ପଶିଲେ ।
ଦଧିଚି ଧ୍ୟାନରେ ବସି ଜାଣି ଗଲେ
ଅସୁର ମରିବା ଭେଦ
ମୁହଁ ଖୋଲି ଦେବେ କହି ପାରିଲେନି
ପଡିବ ଭାବି ପ୍ରମାଦ ।
ଦଧିଚିଙ୍କ ଜଙ୍ଘ ଅସ୍ଥିରେ ତିଆରି
ହୋଇବ ବଜ୍ର ଶକତି
ସେଇ ଶକତିରେ ରାକ୍ଷାସ ମରିବ
ଦେବେ ହୋଇବେ ମୁକତି ।
ଜଗତ କଲ୍ୟାଣ ପାଇଁ ଆତ୍ମଦାହ
ଋଷି ଦଧିଚି ଯେ ଦେଲେ
ତାଙ୍କ ସେ ଅସ୍ଥିର ବଜ୍ର ଶକତିରେ
ଦେବଗଣ ମୁକ୍ତି ହେଲେ ।
ଆତ୍ମଦାହ ପାଇଁ ବଶିଷ୍ଠ ଯେ ଯଜ୍ଞ
ଆହୁତି ଚଢାଉ ଥିଲେ
ବିଶ୍ବାମିତ୍ର ନିଜ ଭୁଲ୍ ବୁଝି ତାଙ୍କୁ
ସେଥିରୁ ନିବୃତ୍ତ କଲେ ।
ଏବେବି ଅନେକ ବିତୃଷ୍ଣା ଭାବରେ
ଆତ୍ମଦାହ ପଛେ ଧାଏଁ
ପଳାଳକ ପରି ପଡି ରହି ଶେଷେ
ଭାଗ୍ୟକୁ ସେ ନିନ୍ଦୁ ଥାଏ ।
