STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଆତ୍ମାନୁଭୂତି

ଆତ୍ମାନୁଭୂତି

1 min
160


ଦେଖି କାର୍ଯ୍ୟ ରୀତି ଦେଶର ବ୍ଲକରେ

  ଭୟାତୁର ମନ ଅତି 

ସମ୍ମାନ ପ୍ରଜାଙ୍କ ନାହିଁରେ ସେଠାରେ

  କିପରି ଶାସନ ନୀତି।


ସରକାରୀ କର୍ମୀ ଭାବନ୍ତି ସର୍ବତ୍ର

  ନାହିଁ କର୍ତ୍ତ୍ୟବର ଜ୍ଞାନ 

ନାହିଁ ପ୍ରେମ ଭାବ ମଧୁର ବଚନ

  ପ୍ରଜା ହୁଏ ହୀନିମାନ।


ମନୁଷ୍ୟ ଜୀବନେ ସମସ୍ୟା ଆମ୍ଭର

 ବ୍ଲକ ସମାଧାନ ପାଇଁ 

ଦୂର ଦୂର ଠାରୁ ଆସନ୍ତି କାର୍ଯ୍ୟରେ

 ନିଜ ସମସ୍ୟାର ପାଇଁ


ଲାଞ୍ଚର ସମସ୍ୟା କରେ ଭୟାତୁର

 କିପରି ଶାସନ ଏଠି 

ମଧ୍ୟସ୍ଥି ଇଜ୍ଜତ ରହିଛି ଏଠାରେ

 ରୁହେ କଥା ତାଙ୍କ ଏଠି।


ଗ୍ରାମୀଣ ଜନଙ୍କୁ ଭାବନ୍ତିଟି ମୂର୍ଖ

 ଠକୁଛନ୍ତି ଦୀର୍ଘ କାଳୁ 

ବିନା ଲାଞ୍ଚରେଟି ନହୁଏରେ କାର୍ଯ୍ୟ

 ମଧ୍ୟସ୍ଥିଟି ଦୀର୍ଘକାଳୁ।


ନାହିଁରେ ଇଜ୍ଜତ ତିରସ୍କାର ପ୍ରଜା

 ମଧୁର ବଚନ କାହିଁ 

ଲାଞ୍ଚ ଯୋଡ଼ି ଅଛି ତଳରୁ ଉପର

 ବିନା ଲାଞ୍ଚେ କାର୍ଯ୍ୟ ନାହିଁ।


ହେଲା ଡିଜିଟଲ୍ ଲାଞ୍ଚ ତ ବଢୁଛି

 ଜନତା ଅତି ଚିନ୍ତିତ 

ଲାଞ୍ଚ ନଦେଲେଟି କାର୍ଯ୍ୟ ହୁଏ ନାହିଁ

 ମଧ୍ୟସ୍ଥି ହାତେ ଆୟତ୍ତ।


ସୁସଜ୍ଜିତ ତହିଁ ବିଲ୍ଡିଂ ଉଚ୍ଚ ବ୍ଲକ

 ମୋହୁଅଛି ମନ ଏହୁ 

ବସିବାରେ ସ୍ଥାନ ନାହିଁ ଜନତାଙ୍କ

 କରୁଛି ଦୁଃଖିତ ଏହୁ।


ପାଣି ଗ୍ଲାସ ନାହିଁ ତାଙ୍କରି ପାଇଁରେ

 ବସୁ ଛନ୍ତି ଗଛମୂଳେ 

ନାହିଁ ଉପସ୍ଥିତ କର୍ମଚାରୀଙ୍କର

 ସମୟର ଅନୁକୂଳେ।


ସିଓ ଓ ବିଡ଼ିଓ ଦର୍ଶନ କାହିଁରେ

 ସମୟେ ଅଫିସେ କାହିଁ 

କର୍ମଚାରୀ ଅବା କାହିଁକି ଆସିବେ

 କର୍ତ୍ତବ୍ୟର ଜ୍ଞାନନାହିଁ।


ରାଜ୍ୟ ସରକାର ଲାଗି ପଡ଼ିଛନ୍ତି

  କିପରି ବଞ୍ଚିବ ସତ୍ତା 

ଧନ ଅର୍ଥ କାହୁଁ କେଉଁଠୁ ପାଇବେ

  କାହୁଁ କର୍ତ୍ତବ୍ୟର ଚିନ୍ତା।


କହୁଛି ଘଟଣା କାଲିର ଭାଇରେ

 ଗୋମାତା ଟି ଚରୁଥିଲା 

ବର୍ଷା ସଙ୍ଗେ ହେଲା ବଜ୍ରପାତ ତହିଁ

 ଚେତାଶୂନ୍ୟ ସେହୁ ହେଲା।


ଗର୍ଭେ ଥିଲା ଭାଇ ସନ୍ତାନ ତାହାର

 ଠୁଳ ହେଲେ ଗ୍ରାମ ଜନ 

ଭୟାତୁର ତହିଁ ଆତ୍ମାନୁଭୂତିରେ

 ଥିଲେଟି ଦୁଃଖିତ ଜନ।


ଟେଲିଫୋନ କଲେ ଗାଆଁର ପ୍ରଧାନ

 ପଶୁ ଡ଼ାକ୍ତରକୁ ଯହିଁ 

ନିର୍ଦ୍ଦୟ କେତେରେ ପଶୁଙ୍କ ଡ଼ାକ୍ତର

 ମନା କରିଦେଲା ତହିଁ।


ଯାଇ ପାରିବୁନି ଆଜି ରବିବାର

 ଦିନଛୁଟି ପରା ଆଜି 

ଯନ୍ତ୍ରଣା ଅତିରେ ଶୋଇଲା ମୃତ୍ୟୁରେ 

 ଡ଼ାକ୍ତର କିପରି ଆଜି।


ଭୟାତୁର ସ୍ଥିତି ଆତ୍ମାନୁଭୂତିର

 ସନ୍ଦେଶ ଦିଏଟି ଯୁଗ 

କର୍ତ୍ତବ୍ୟ ବିହୁନ ଆଜି ଅଧିକାରୀ

 କରେ ଭୟାତୁର ଯୁଗ।



Rate this content
Log in

Similar oriya poem from Tragedy