STORYMIRROR

Prahallad Sahoo

Abstract Drama Fantasy

3  

Prahallad Sahoo

Abstract Drama Fantasy

ଆତ୍ମା ପରମାତ୍ମା ମିଳନର ଖୁସି

ଆତ୍ମା ପରମାତ୍ମା ମିଳନର ଖୁସି

1 min
184

ଆତ୍ମା ପରମାତ୍ମାଙ୍କ ଶରଣାପନ୍ନ ହୋଇସାରିଛି 

କେବଳ ଏ ଦେହ ଦେଉଳକୁ ଲିପା ପୋଛା

କରିବା ଆଳରେ ଉଲଟ ପାଲଟ କରିଯାଏ,

ହୃତପିଣ୍ଡର ସ୍ପନ୍ଦନ ମାପିବା ବାହାନାରେ

ଶରୀରଟାକୁ ଖଣ୍ଡ ବିଖଣ୍ଡିତ କରିଯାଏ, 

ଇଂରାଜୀରେ ଯାହାକୁ "ପୋଷ୍ଟମର୍ଟମ" କହନ୍ତି

ଓଡ଼ିଆ ଭାଷାର "ବିଦାୟ ସମ୍ମାନର ଘର" 

ଅବା "ଶବ ବ୍ୟବଚ୍ଛେଦ" ଘର।।


ଯାହା ଅନ୍ତିମ ସତ୍ଯ, ତାହା ମାନିବାକୁ ବାଧ୍ଯ

ଯାହାକୁ ଏଡେଇ ହୁଏନା ତାକୁ 

ସ୍ବୀକାର କରିବାରେ କାହିଁକି କୁଣ୍ଠାବୋଧ? 


ଅଦୃଶ୍ଯକୁ ଦେଖିବାର କ୍ଷମତା ବା କାହାର? 

ତିନି ତୁଣ୍ଡରେ ସେ ହୋଇଥାଏ ଯମପୁର ଅବା ସ୍ଵର୍ଗପୁର

ନା ମୁଁ ଦେଖିଛି, ନା ଆପଣମାନେ !

ଶୁଣି ଶୁଣାଇଥିବା କାହାଣୀର ଅର୍ଥ

ମୁଁ ଆଜି ବୁଝୁଛି - ସେ ଏକାନ୍ତ ଘର

ହୁଏତ ହୋଇପାରେ ଯମପୁର କିମ୍ବା ସ୍ଵର୍ଗପୁର ।।


ଖୁସିର ବିଦାୟ ଦେଲେ ହୁଏତ ଆତ୍ମାକୁ ଶାନ୍ତି ମିଳିଯିବ,

ଲୁହରେ ଅନୁଗମନ କଲେ ଆତ୍ମୀୟତାର ଖୁସି ଦୂରେଇଯିବ,

ବହିଯାଇଥିବା ପାଣି, ମୁଖ ନିଶୃତ ବାଣୀ

ନଫେରିଲା ପରି ଯିବା ଲୋକ ଆଉ ଫେରିଆସେନା

ସେ ଆତ୍ମାର ଖୁସି ପାଇଁ 

ନିଜକୁ ଖୁସି ରଖିବା ବରଂ ଶ୍ରେୟସ୍କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract