STORYMIRROR

Sudeshna Pradhan

Abstract Children

4  

Sudeshna Pradhan

Abstract Children

ଆତ୍ମ ନିର୍ଭରତା

ଆତ୍ମ ନିର୍ଭରତା

1 min
517


ଆଶ୍ରମ ମନୋରମ 'ସାବରମତୀ' 

ନଦୀ ତଟ ପାଖରେ ସୁନ୍ଦର ଅତି 

ବାପୁଙ୍କ ପ୍ରିୟ ରାମଧୂନ ଝଙ୍କାର 

ଦିନେ ପହଞ୍ଚିଲେ ଲାଲବାହାଦୂର l


କ୍ଲାନ୍ତ ଶ୍ରାନ୍ତ ମଳିନ ମୁଖମଣ୍ଡଳ 

ବାପୁଙ୍କୁ ଭେଟିବା ପାଇଁ ସେ ଆକୁଳ 

ଶାସ୍ତ୍ରୀଙ୍କ ରୂପ ଦେଖି କହିଲେ ଗାନ୍ଧୀ: 

ସ୍ନାନ ଭୋଜନ କର, ନହୁଅ ଧନ୍ଦି l


ଶାସ୍ତ୍ରୀଙ୍କ ପ୍ରସ୍ଥାନ, ଟାଙ୍ଗି ସେ ପୋଷାକ 

ଚିରା ଦେଖି ବାପୁ କଲେ ମନଦୁଃଖ 

ଆଣି ଛୁଞ୍ଚି ସୂତା ଜାମା ଦେଲେ ସିଇଁ 

ଦେଖି ଶାସ୍ତ୍ରୀଙ୍କର ମୁଣ୍ଡ ଗଲା ନଇଁ l


ମଥା ନତ ଶାସ୍ତ୍ରୀ କହନ୍ତି ବଚନ 

କ୍ଷମା କର ମତେ, ମୁଁ ତ ହୀନ ଜନ 

ଦରଜି ପାଖରେ ନଥିଲା ସମୟ 

ବାଧ୍ୟରେ ଏ ଚିରା ଜାମାର ଆଶ୍ରୟ l


ବହୁ ସଭା ସମିତି ଓ କାର୍ଯ୍ୟକ୍ରମ 

ବ୍ୟସ୍ତେ, ଚିରା ଜାମା ପିନ୍ଧିଛି ଅଧମ 

କ୍ଷମା କରିଦିଅ ବାପୁ, ମୁଁ ଅପରାଧୀ 

ସେବକ ହୋଇ ମୁଁ ହେଲି ଧର୍ମରୋଧ

ୀ l


ସ୍ମିତ ହସି ବାପୁ କହନ୍ତି ଯେ ଶୁଣ 

ଲାଲବାହାଦୁର ତୁମେ ତ ନିପୁଣ 

ସତ୍ୟ ନିଷ୍ଠା କର୍ମେ କିଏ ତମ ସରି 

ସ୍ୱରାଜ ପ୍ରାପ୍ତିରେ ଜାଗ୍ରତ ପ୍ରହରୀ l


ହେଲେ ମଞ୍ଜି କଥା ମନ ମଧ୍ୟେ ହେଜ 

ଆତ୍ମନିର୍ଭରଶୀଳତା ହିଁ 'ସ୍ୱରାଜ'

ଛୋଟ ଛୋଟ ନିଜ କାମ ନିଜେ କର 

ଦରଜି ଉପରେ ନକରି ନିର୍ଭର l


ତମରି ଏ ଚିରା ଜାମା ମରାମତି 

ସ୍ଵହସ୍ତ ଓ ଛୁଞ୍ଚି ସୂତା କରାମତି 

ତ୍ରୁଟିର ସଂଶୋଧନ, ଆତ୍ମ ସନ୍ତୋଷ 

ହିଁ ସତ୍ୟ-ଅହିଂସା ମାର୍ଗର ଆଦର୍ଶ l


ଯେତେ ଆମେ ହେବା ଅନ୍ୟରେ ନିର୍ଭର 

ସ୍ୱରାଜର ପଦ୍ମ ଘୁଞ୍ଚିଯିବ ଦୂର 

ଫିରିଙ୍ଗି କରିବ ଆମକୁ ଶାସନ 

ହରେଇବା ଆମେ ନିଜ ସ୍ୱାଭିମାନ l


ବିନୟୀ ସଂଗ୍ରାମୀ ଲାଲ ବାହାଦୂର 

ବାପୁଙ୍କ ବାଣୀରେ ଦେଖିଲେ ଈଶ୍ୱର 

"ଆତ୍ମ ନିର୍ଭରତା" ପ୍ରକୃତ ସ୍ୱରାଜ 

ସ୍ୱାଧୀନତାକାମୀ ଏହିକଥା ହେଜ ।


Rate this content
Log in

Similar oriya poem from Abstract