STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ଆତି ଆପଣାର

ଆତି ଆପଣାର

1 min
195

ଆମ ବାପା

ଆମକୁ ଛାଡି ଚାଲିଗଲେ ଆରପରିକୁ

ୟାଠୁ ଆଉ ଅଧିକ ହୃଦୟ ବେଦନା

କ’ଣ ବା ଅଧିକ ଅଛି


ସେ ଦିନ ଆମେ

ଯେତେ ଡାକିଲେ

ଯେତେ କାନ୍ଦିଲେ

ନା’ ସେ ଶୁଣିଲେ

ନା’ କିଛି ଉତ୍ତର ଦେଲେ


ଆମେ କାନ୍ଦୁ ଥିଲୁ

ସ୍ନେହ କାଙ୍ଗାଳ ହୋଇଗଲୁ

ପରିବାର ମୁରବି ଶୂନ୍ୟ ହୋଇଗଲା

ବାପ ଛେଉଣ୍ଡ ହୋଇଗଲୁ

ସୁରକ୍ଷାର ଛାତ

ଆମ ମୁଣ୍ଡ ଉପରୁ ଛିଣ୍ଡିଗଲା


ସମସ୍ତେ ବୁଝେଇଲେ

ଜନ୍ମ ହେଲେ ମରିବା ସତ୍ୟ

ହେଲେ ବାପାଙ୍କ ଭଳି

କେହି ନା’ ବୁଝାଇ ପାରୁଥିଲେ

ନା’ ଆମେ ବୁଝି ପାରୁଥିଲୁ

ଯାହା ଆମ ହୃଦୟରେ

ଏବେବି ସେ ଦିନର ବେଦନା

ଜମାଟ ବାନ୍ଧି ରହିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract