STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଆସ୍ଥାଯାତ୍ରା

ଆସ୍ଥାଯାତ୍ରା

1 min
6

କବିତା - ଆସ୍ଥାଯାତ୍ରା
ରଚନା - ପଞ୍ଚାନନ ଜେନା
ତାରିଖ -୨୬-୦୮-୨୦୨୫
++++++++++++++++
 ପୁରୁଷର ଦୃଷ୍ଟିରେ
 ନାରୀ କେବଳ
ଗୋଲ ଗୋଲ ଗୋଲେଇରେ
 ତନୁ ଭୋଗଳର ସୁରାଇରେ
ଦେହ ଦେହଳୀର ଚତୁରାଇରେ
ଲୋଭନୀୟ କ୍ରୀଡ଼ନକ ମାତର

 ପୁରୁଷର ଯଷ୍ଟିରେ
 ନାରୀ କେବଳ
 ଦେହ ଉତ୍ସବର ରାତ୍ରୀ ନିବାସ
ପ୍ରୀତି ପଲ୍ଲବର ଛତ୍ରୀ ବିଳାସ
ପ୍ରେମ ବଲ୍ଲଭର ମୃଦୁ ପିୟାସୀ
ଆଉ ଶେଷରେ
ନାରୀ ନାଭୀ କେନ୍ଦ୍ରର ଗହ୍ବର ମାପୁ ମାପୁ
 ପହଁରିବା ହିଁ ବ୍ୟାକରଣ ସର୍ବସାର

 ପୁରୁଷ ସମଷ୍ଟିରେ
 ନାରୀର ଦେହକୁ ସ୍ପର୍ଶ କରୁ କରୁ
 ଉପଭୋଗ ହିଁ ପ୍ରେମର ଝର
 ନାରୀର ଲହୁଣି ସମ ତନୁ ତର୍ପଣ କରୁ କରୁ
 ସମ୍ଭୋଗ ହିଁ ପ୍ରେମର ଝର୍ଝର

 ମାତ୍ର ପୁରୁଷକୁ ଜଣାନାହିଁ
ନାରୀର ଶରୀର ଋତୁଚକ୍ରର ଘର ସଂସାର
 ବୟସ ସହିତ ବଦଳୁଥାଏ
ବର୍ଷା ବୈଶାଖ ବସନ୍ତ
 ଶୀତ ଶରତ ହେମନ୍ତ
ସଜଉଥାଏ ନୂତନ ନବୀନ ରୂପ ସଂଭାର

ନିର୍ବୋଧ ପୁରୁଷ ଭାବନାରେ ଖୋଜୁଥାଏ
 ନୂଆ ନଗ୍ନ ଦେହୀ
 ରଙ୍ଗ ବଦଳୁଥିବା ତନୁ ପାତଳୀ ବିଦେହୀ

 ତ୍ରିବାର ସତ୍ୟର ମୂଲ୍ୟବୋଧ
 ଦେହ ଦେଖି ପୁରୁଷ ରହିଯାଏ
 ଦେହ ସୁମନର ସୁଗନ୍ଧରେ ପୁରୁଷ ବାନ୍ଧି ହୋଇଯାଏ
 ପ୍ରେମ ଅଠା କାଠି ଭାବି ବସା ବାନ୍ଧିଥାଏ

 ମାତ୍ର ନାରୀ ସେଇଠୁଁ
ଯାତ୍ରା ଆରମ୍ଭ କରେ
 ଆସ୍ଥା ଶ୍ରୀଗଶେଶ କରେ
 ଆତ୍ମଯାତ୍ରାରୁ ଆସ୍ଥାଯାତ୍ରା
ସ୍ପର୍ଶଯାତ୍ରାରୁ ଆତ୍ମା ଜୟଯାତ୍ରା
ପ୍ରେମଯାତ୍ରାରୁ ପରମାତ୍ମା ମହାଯାତ୍ରା

 ପୁରୁଷ ଜାତିକୁ
 ଆହୁରି ନେବାକୁ ହେବ ଶହେ ବର୍ଷ ଜନମ
 ବୁଝିବାକୁ ସୁଝିବାକୁ ଅନେକ ପୁନର୍ଜନ୍ମ
ନାରୀର ନାଭିକେନ୍ଦ୍ରରେ ଲୁଚିଥିବା
ଚିନ୍ତା ଚେତନା ଉଉଁରୀ ଭିତରେ
 ତ୍ୟାଗ ତପସ୍ୟା ବଳିଦାନ ଚଉଁରୀ ଭିତରେ
 ପ୍ରେମ କରୁଣା ବାତ୍ସଲ୍ୟ କାଉଁରୀ ଭିତରେ
ଗୁଢ଼ତଥ୍ୟର ମୂଳ ରହସ୍ୟ ଉତ୍ପାଟନ ଆଜନ୍ମ


Rate this content
Log in

Similar oriya poem from Tragedy