STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ଆସ୍ଥା

ଆସ୍ଥା

1 min
172


ଏଠି ବିଷଧର ସର୍ପ ମଧ୍ୟ ସାଜିପାରେ ଦଉଡ଼ି

ଏଠି ବି ଶାନ୍ତ ପଡ଼ିଯାଏ ପ୍ରଚଣ୍ଡର ଘଡଘଡି

ଆସ୍ଥା ଥିଲେ ଅଟକେନି ପାଦ ବଢେ ସାହସ

ଇନ୍ଦ୍ରକୋପ ଶାନ୍ତ ହୁଏ ଅଟକିଯାଏ ନଈବଢି,


ଏଠି ମା' ଟିଏ ରହିପାରେ କେତେ ଉପବାସ

ଏଠି ବୁଢ଼ା ବାପର ବି ଅଜସ୍ର ଦମ୍ଭ ଓ ସାହସ

ଆସ୍ଥା ଥିଲେ କୋଷକୋଷ ଚାଲିପାରେ ଭକ୍ତ

ଅଗ୍ନିରେ ଚାଲେ ନର ନିରାପଦ ଥିଲେ ବିଶ୍ୱାସ,


ଏଠି ମୂର୍ଖ ମଧ୍ୟ ସାଜିପାରେ ପଣ୍ଡିତ କାଳିଦାସ

ଏଠି ପଙ୍ଗୁ ମଧ୍ୟ ରଚିପାରେ ସ୍ୱର୍ଣ୍ଣିମ ଇତିହାସ

ଆସ୍ଥା ଥିଲେ କର୍ମରଥରେ ଈଶ୍ୱର ବସନ୍ତି ଏଠି

ନୋଳିଆ ପୁଅ ସମୁଦ୍ରକୁ କୁଦେ ଡରେନି ବତାସ,


ଏଠି ଦାସିଆ ବାଉରୀ ହାତୁ ପ୍ରଭୁ ନିଅନ୍ତି ନଡ଼ିଆ

ଚକାଆଖି ଦେଖିଦେଲେ କାନ୍ଦିଉଠେ ପ୍ରତି ଓଡ଼ିଆ

ଆସ୍ଥା ଥିଲେ ଶ୍ରାବଣେ କୋଷକୋଷ ଚାଲେ ଭକ୍ତ

ମହାଦେବଙ୍କ ଦର୍ଶନ ପାଇଁ ଥକେନାହିଁ କାଉଡ଼ିଆ।



Rate this content
Log in

Similar oriya poem from Inspirational