STORYMIRROR

Shashanka sekhar Ray

Abstract

2  

Shashanka sekhar Ray

Abstract

ଆସନ୍ନ ମୃତ୍ୟୁ

ଆସନ୍ନ ମୃତ୍ୟୁ

1 min
155

ଚାଲିଆସିଲି ଗପି ଗପି

ସୁଖ ଦୁଃଖ ମାନଙ୍କ ସହ

ଅନେକ ଦୂର ମୁଁ

ପଛେ ଛାଡି ବାଲ୍ୟ କିଶୋର ଯୌବନ

ଆଖି ପାଉନି ବୁଲି ଚାହିଁଲେ ଥରେ 

ଭଲ ଭାବେ ଦେଖିବାକୁ ତୁମ ମୁଁହ

ଖସିପଡୁଛି ଅଜଣାତେ

ଲୁହା ପାଚେରୀ ସେପଟେ

ବାଘର ଆଖିରେ ଆଖି ମିଶାଇ

ଦେଖୁଛି ତୁମକୁ ସାମ୍ନାରେ 

ହାତ ଯୋଡି ବଞ୍ଚିବାକୁ

ବାରମ୍ଵାର କରୁଥାଏ ନମସ୍କାର   

ତୁମେ କି ବୁଝ ଆବେଗ 

କାହାର ଆକୁଳ ବିନତୀ ଦରଦ 

ଝାମ୍ପିନିଅ ତୁମେ ଅକସ୍ମାତ  


ଦିଲ୍ଲୀ ଚିଡିଆଖାନା ଯୁବକ ପରି

ସଦା ମର୍ମାନ୍ତୁତ ଦାରୁଣ ତୁମେ

ଚାହୁଁଥାଅ କିଛି କ୍ଷଣ

ଖାଦ୍ୟ ଖାଦକର ସଂପର୍କ 

କିଏ ବା କରି ପାରିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract