ଆସନ୍ନ ମୃତ୍ୟୁ
ଆସନ୍ନ ମୃତ୍ୟୁ
ଚାଲିଆସିଲି ଗପି ଗପି
ସୁଖ ଦୁଃଖ ମାନଙ୍କ ସହ
ଅନେକ ଦୂର ମୁଁ
ପଛେ ଛାଡି ବାଲ୍ୟ କିଶୋର ଯୌବନ
ଆଖି ପାଉନି ବୁଲି ଚାହିଁଲେ ଥରେ
ଭଲ ଭାବେ ଦେଖିବାକୁ ତୁମ ମୁଁହ
ଖସିପଡୁଛି ଅଜଣାତେ
ଲୁହା ପାଚେରୀ ସେପଟେ
ବାଘର ଆଖିରେ ଆଖି ମିଶାଇ
ଦେଖୁଛି ତୁମକୁ ସାମ୍ନାରେ
ହାତ ଯୋଡି ବଞ୍ଚିବାକୁ
ବାରମ୍ଵାର କରୁଥାଏ ନମସ୍କାର
ତୁମେ କି ବୁଝ ଆବେଗ
କାହାର ଆକୁଳ ବିନତୀ ଦରଦ
ଝାମ୍ପିନିଅ ତୁମେ ଅକସ୍ମାତ
ଦିଲ୍ଲୀ ଚିଡିଆଖାନା ଯୁବକ ପରି
ସଦା ମର୍ମାନ୍ତୁତ ଦାରୁଣ ତୁମେ
ଚାହୁଁଥାଅ କିଛି କ୍ଷଣ
ଖାଦ୍ୟ ଖାଦକର ସଂପର୍କ
କିଏ ବା କରି ପାରିବ
