ଆସିନି କି ଭାବିବାର ବେଳ
ଆସିନି କି ଭାବିବାର ବେଳ
ସର୍ଜନା ହୋଇଛି ସଂସାର,
ମରଣତ, ଧୃବ ସତ୍ୟ,
ମୃତ୍ୟୁ ଆସିବ ତା ସମୟ ଦେଖି,
ସେଥିପାଇଁ କାହିଁକି କରିବା ଭୟ ?
ଫେରି ଯିବା ଆମେ ଦିନେ
ଯେଉଁଠୁ ପରା ଆସିଥିଲେ,
ବିଦାୟ ବେଳାର ଶେଷ ସ୍ପର୍ଶେ,
କିପରି ପାଇବା ଆମେ ଶାନ୍ତି ?
ସେ ହେଉକି ସଂସାରି,
ହେଉ ପଛେ ରୁଷି, ସର୍ବ ତ୍ୟାଗକାରୀ,
ଅବା ମହା ଗର୍ବୀ ଓ ଅହଂକାରୀ,
ଭାଳେନିକି ମଣିଷ ବାରମ୍ବାର ?
ଯାହା ହୃଦୟ ନିର୍ମଳ,
ଲୋଡ଼ା ନାହିଁ ଚାକଚକ୍ୟ ତାର,
ମଣିଷ ପଣିଆ ଲୋଡ଼ା,
କଅଣ ଦରକାର ଘର ଗାଡ଼ି ଘୋଡ଼ା ?
ଜୀବ ଓ ଉଦ୍ଭିଦ ହୋଇଛି ସୃଷ୍ଟ,
ଛୁଆଁ ଅଛୁଆଁ, ଜାତି ଅଜାତି, ଧରମର
ଭେଦଭାବ, ବଡ ସାନର ଅନ୍ତର,
ମଣିଷ ମନରେ ଆସିଲା କେବେଠୁ ?
ଆମେ ସବୁ ତ ମଣିଷ,
ଗୋଟିଏ ସୁତାରେ ବନ୍ଧା,
ରକତର ରଂଗ ଭିନ୍ନ ନୁହେଁ ଏଠି,
ଭେଦ ଭାବ ଚିନ୍ତା ନୁହଁଇ କି କୁସଂସ୍କାର ?
ଜାତି ଧର୍ମ ଭେଦଭାବ ଅଟେ କୁସଂସ୍କାର,
ସମାନତା ଅଟେ ଅଂଗ ପ୍ରକୃତିର,
ଭେଦଭାବ ବିରୁଦ୍ଧେ ଲଢୁଥିଲେ ମହାତ୍ମାଗାନ୍ଧୀ,
କାହିଁକି ଚିରଦିନ ପାଇଁ ଗୁଳିରେ ଦେଲେ ଉଡାଇ ?
ଶବରୀ ଅଇଁଠା ଖାଇଥିଲେ ରଘୁନନ୍ଦନ,
ଲକ୍ଷ୍ମୀ ପତି ଜାତି ଅଜାତି କରିଥିଲେ ଦୂର,
କୁହ ଭାଇ ଭଉଣୀ, ଭେଦଭାବ, ହିଂସା, ଦ୍ୱେଷ,
ଏହା କି ଭାବନା ହିନ୍ଦୁ ଚେତନାର ?
ସର୍ବେ ଭବନ୍ତୁ ସୁଖୀନଃ, ସର୍ବେସନ୍ତୁ ନିରାମୟ,
ଶାନ୍ତି, ପ୍ରୀତି ଭରି ଯାଉ ସଭିଙ୍କ ହୃଦୟ,
ଦେହେ ଖେଳିଯାଉ ପ୍ରେମ ଭାବ ଶିହରଣ,
ଏହା ନୁହେଁ କି ମୂଳତତ୍ତ୍ୱ ହିନ୍ଦୁ ଭାବନାର ?
ହିନ୍ଦୁ କେବେ ଘୋଷୁଥିଲା ପ୍ରତି ମୁହୂର୍ତ୍ତରେ,
ଲାଭ-କ୍ଷତିର ହିସାବ, ଭାଙ୍ଗୁଥିଲା ଶାନ୍ତି,
ଭାଇ ଭାଇ ସାଥେ ଲଗାନ୍ତି କଳହ,
ଆସିନି କି ବର୍ତ୍ତମାନ ଭାବିବାର ବେଳ ?