Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra Nayak

Abstract Fantasy

4.2  

Sumitra Nayak

Abstract Fantasy

ଆସିଲ ଜୀବନେ ମୋ

ଆସିଲ ଜୀବନେ ମୋ

1 min
334


କୋଉ ପରୀ ରାଇଜର ପରୀଟିଏ ପରି

ସ୍ଵପ୍ନ ରାଇଜରେ ସାଥୀଟିଏ ପରି ॥

ବିଭାବରୀ ପ୍ରହରେ ସୀତାଂଶୁ କାୟା ପରି ।

ଅମ୍ବରେ ସୁବ୍ରତ ଅଂଶୁମାଳି ପରି ॥

ଆସିଲ ଜୀବନେ ମୋ

         ରାଜନନ୍ଦିନୀ ଟେ ପରି।

ଆସିଲ ଜୀବନେ ମୋ

        ରାଜନନ୍ଦିନୀ ଟେ ପରି ॥

ସରସୀ ମଧ୍ୟରେ ସରସୀଜ ଟିଏ ପରି।

ସ୍ରୋତସ୍ୱିନୀ ମଧ୍ୟେ ନାଆ ଟିଏ ପରି ॥

ପାରାବାରେ ଆଲ୍ହାଦ ଉର୍ମି ଟିଏ ପରି।

ବ୍ୟୋମଧୂପେ ସୈଦାମିନୀ ପରି ॥

ଆସିଲ ଜୀବନେ ମୋ

         ରାଜନନ୍ଦିନୀ ଟେ ପରି।

ଆସିଲ ଜୀବନେ ମୋ

        ରାଜନନ୍ଦିନୀ ଟେ ପରି ॥

ଗହନ କାନନେ ଆଘ୍ରାଣ ମଲ୍ଲୀ ଟିଏ ପରି।

ପ୍ରସ୍ଫୁଟିତ ପ୍ରସୂନେ ମଧୁପାୟୀ ପରି ॥

ନଭୋଦ୍ୱହ ନିରେଖି ନର୍ତ୍ତକୀ ବନପ୍ରିୟ ପରି।

ମୃତ୍ୟୁ ସମେ ଅମିୟ ଧାରା ଟିଏ ପରି ॥

ଆସିଲ ଜୀବନେ ମୋ

         ରାଜନନ୍ଦିନୀ ଟେ ପରି।

ଆସିଲ ଜୀବନେ ମୋ

        ରାଜନନ୍ଦିନୀ ଟେ ପରି ॥

ନୟନେନ୍ଦ୍ରିୟେ ଅନେକ ଆକାଂକ୍ଷା ପରି।

ଜୀବନେ ସୁରମ୍ୟ ସାଥୀ ଟିଏ ପରି ॥

ମନ ଉପବନେ ମନୋଜ୍ଞ ପୁଷ୍ପ ଟିଏ ପରି।

ପ୍ରେମେ ପ୍ରିୟସି ପ୍ରିୟତମା ପରି।

ଆସିଲ ଜୀବନେ ମୋ

         ରାଜନନ୍ଦିନୀ ଟେ ପରି।

ଆସିଲ ଜୀବନେ ମୋ

        ରାଜନନ୍ଦିନୀ ଟେ ପରି ॥



Rate this content
Log in

Similar oriya poem from Abstract