STORYMIRROR

Lata Behera

Abstract

4  

Lata Behera

Abstract

ଆସିଗଲେ ପ୍ରଭୁ ଶ୍ରୀରାମ

ଆସିଗଲେ ପ୍ରଭୁ ଶ୍ରୀରାମ

1 min
10


ଅଯୋଧ୍ୟା ନଗର ଉତ୍ସବମୁଖର

   ଆସି ଗଲେ ପ୍ରଭୁ ରାମ

ଧର୍ମର ପ୍ରତିଷ୍ଠା ହୋଇବ ଜଗତ 

   ଏଇତ ମରତ ଧାମ ।


ଦୁର୍ନୀତି ମୁକତି ହୋଇ ଯିବ ବିଶ୍ୱ

   କରିବ ଉଚିତ କର୍ମ

ପାପର ବିଲୀନ ହୋଇବ ନିଶ୍ଚିତ

   ପାଳିବ ନିଜର ଧର୍ମ ।


ହିସାବ ରଖିବ ପାପ ପୁଣ୍ୟ ସବୁ

  ବୁଝି ବିଚାରି ତା ମର୍ମ 

ବାଧା ବିଘ୍ନ ଝଡ ଝଞ୍ଜା ଯେତେ ଆସୁ

   କର୍ମେ ରତ ଥିବ ଶ୍ରମ ।


ଶୋଷଣ ଦୁର୍ନୀତି ଭ୍ରଷ୍ଟାଚାର ସବୁ

   ବିଲୀନ କରିବେ ରାମ

ପତନ କରିବେ ଏ ନର ରାକ୍ଷାସ

   ହସିବ ମରତ ଧାମ ।


ବହୁ ପ୍ରତୀକ୍ଷାର ଅନ୍ତ ଘଟି ଅଛି

   ସରିଛି ଆଜି ସଂଗ୍ରାମ

ଧର୍ମକୁ ସ୍ଥାପନ କରିବେ ଶ୍ରୀରାମ 

   ଦେଖେଇ ଉଚିତ କର୍ମ ।


ସତ୍ୟ ଧର୍ମ ନ୍ୟାୟ ହୋଇବ ଏ ବିଶ୍ବ

    ନିଷ୍ପତ୍ତି ହେବ ଚରମ

ଅତ୍ୟାଚାର ପାଖେ ଦୟା କ୍ଷମା ଭାବ

   ହୋଇବ ନିଶ୍ଚେ ଖତମ । 


ରାମରାଜ୍ୟ ନିଶ୍ଚେ ହୋଇବ ପ୍ରତିଷ୍ଠା 

    ହଟାଇ ନେତା ଗରମ

ନିରୀହ ଜନତା ନ୍ୟାୟଟି ପାଇବେ

  ହୃଦୟରୁ ଥିବ ନରମ ।


ପାତର ଅନ୍ତର ନୀତି ରହିବନି

   ପାଲଟିବ ସ୍ବର୍ଗ ଧାମ

ଏ ମରତ ଭୂମି ହେବ ଦେବ ଭୂମି

  ଦେବତା ନେବେ ଜନମ ।


ଡରି ପଛଘୁଞ୍ଚା ଦେବନି କେବେ ସେ

   ଦେଖାଇବେ ପରାକ୍ରମ

ସେନେହ ମମତେ ଜିତିବ ହୃଦୟ

  ରହିବ ଭାରତ ନାମ ।


ଭକତଙ୍କୁ ସାହା ହୁଅ ପ୍ରଭୁ ତୁମ

  ପାଦରେ କୋଟି ପ୍ରଣାମ  

ଦୋଷ ଅପରାଧ କ୍ଷମା କରି ମୋତେ

   କୋଳେଇ ନିଅ ଶ୍ରୀରାମ ।


Rate this content
Log in

Similar oriya poem from Abstract