ଆସିଛି ପୁଣି
ଆସିଛି ପୁଣି
ଆସ ବଉଳ ଆସ ମକର
ସଜବାଜ ସବୁ ହୋଇ l
ସ୍ୱାଧୀନତା ଦିବସ ଆସିଛି ପୁଣି
ଆନନ୍ଦ ଉଲ୍ଲାସ ନେଇ l
ତ୍ରିରଙ୍ଗା ତଳେ ହେବାରେ ମେଳି
ଗାଇବା ଭାରତମାତର ଜୟ l
ସ୍ୱାଧୀନ ଭାରତର ସନ୍ତାନ ଆମେ
ନାହିଁ କାହାକୁ ଭୟ l
ଆଜିର ଦିନରେ ନେବା ଶପଥ
ରଖିବା ଦେଶର ଟେକ l
ପଢିବା ବଢିବା ଦେଶକୁ ଗଢିବା
ହେବା ବୀର ସଇନିକ l
କୁନା ଦେଲାଣି ଭାଷଣ ଦେଖ
ସୁହାନି କଲାଣି ନାଚ l
କୁନି ପାଦରେ ଦୋହୁଲୁ ଅଛ
ି
ଏଡ଼େ ସୁନ୍ଦର ମଞ୍ଚ l
ଗଗନେ ପବନେ ଶୁଭୁଛି ଆଜି
ଭାରତର ଜୟ ଗାନ l
ମୁକ୍ତ କଣ୍ଠରେ ବର୍ଣ୍ଣିତ ହୁଏ
ମହାପୁରୁଷଙ୍କ ବଳିଦାନ l
ସ୍ୱାଧୀନତାର ଗହନ ବାରତା ଯେତେ
ଗୁରୁଜୀ ଦେଲେ ବଖାଣି l
କୋମଳ ମନେ ଜାତୀୟ ପ୍ରୀତି ଭରେ
ତାଙ୍କରି ମର୍ମ ବାଣୀ l
ମିଷ୍ଟାନ୍ନ ଖଣ୍ଡେ ହାତରେ ପାଇ
ଆନନ୍ଦ ସରଳ ପ୍ରାଣ l
ଦାଣ୍ଡ ଦୁଆରେ ଟିକି ଭଉଣୀ
ଚାହୁଁଛି ପୁଣ ପୁଣ l