STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

ବିନ୍ଦୁଏ ଜଳ ଆମରି ବଳ

ବିନ୍ଦୁଏ ଜଳ ଆମରି ବଳ

1 min
216


  ଶୁଣ ଶୁଣ ପିଲାମାନେ ଦେଇ ମନ ଧ୍ଯାନ 

କଥାଟିଏ କହୁଅଛି ଜଳ ହିଁ ଜୀବନ

ଜାଣିଲେ ଜିଣିବା ପୁଣି ଶିଖିଲେ ଜିତିବା

ଆସ ଆସ ଏଇ କଥା ସଭିଙ୍କୁ କହିବା.

ସରକାରୀ କଳରୁ ତ ପାଣି ଯାଏ ବହି

କଳ ଖୋଳି ମାଆ ବସିଥାନ୍ତି ଟିଭି ଚାହିଁ

ଏଥିପାଇଁ ପରି ଆମନଜର ତ ନାହିଁ 

ବିନ୍ଦୁଟିଏଜଳ ଆମ ପାଇଁ ମୂଲ୍ୟବାନ 

ତାହାରସୁରକ୍ଷା ଆମସଭିଁଙ୍କର କାମ.

ଟୋପାଏ ଜଳ ବିନା ଯାଉଛି ଜୀବନ

କୀଟ ଠାରୁ ତରୁ ଯାଏଁସବୁ ହୀନିମାନ.

ଭୂତଳ ଜଳସ୍ତର କମି କମିଯାଏ

ବୁଦ୍ଧିଜୀବୀଙ୍କର ମଥା ଘୂରି ଘୂରି ଯାଏ

ଜଳଅମଳ ପ୍ରକଳ୍ପ ବାଧ୍ୟତା ଅଟଇ

ସହରେ ସହରେ ପରା ଗଢା ତ ହୁଅଇ.

ଗାଧୁଆ ଜଳକୁ ବଗିଚାରେ ଦେବା ଛାଡି

କଳ ଥିଲେ ଖୋଲା ତାକୁ ଦେବା ବନ୍ଦ କରି

ଅନାବଶ୍ୟକ ଭାବେ ଜଳ ନସାରିବା

ଜଳ ସୁରକ୍ଷା ଲାଗି ଶପଥ କରିବା.

ମନେ ରଖିବା ଏ କଥା ଜଳ ହିଁ ଜୀବନ

ଜଳ ବିହୁନେ ସୃଷ୍ଟି ହୋଇବ ବିଲୀନ

ସମୟ ଆସିଛି ପିଲେ ହୁଅ ସଚେତନ

ବିନ୍ଦୁ ବିନ୍ଦୁ ଜଳ ତୁମେ କର ସଂରକ୍ଷଣ 

ଜଳସୁରକ୍ଷା ଆଜି ବିଶ୍ଵର ଆହ୍ବାନ 

ଏଇ କଥା ପ୍ରତି ସରବେ ହୁଅ ଯତ୍ନ ବାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children