STORYMIRROR

Balaram Barik

Children

3  

Balaram Barik

Children

ନଟିଆ

ନଟିଆ

1 min
234


ଆମରି ଗାଁର ନଟିଆ ।

ଭଲ ନାଁ ତାର ନଟବର ଦାସ,

ଅଟେ ଭାରି ସିଏ ନାଟୁଆ।


ବାପ ମା'ର ସେ ଏକଇର ବଳା।

ନୁଖୁରା ବାଳକୁ ସେ ଚିକ୍କଣ କଳା।

ସାହି ପିଲାଙ୍କ ସେ ରିଙ୍ଗ ମାଷ୍ଟର।

ତା ଆଗେ ପଛେ ସବୁ ନସର-ପସର।

ସେ ବୋବାଏ ଯେମିତି ସତେ ଅବା କୁମ୍ଭାଟୁଆ

ଆମରି ଗାଁର ନଟିଆ।

ଭଲ ନାଁ ତାର ନଟବର ଦାସ,

ଅଟେ ଭାରି ସିଏ ନାଟୁଆ ।


ସ୍କୁଲ ଯିବାକୁ ତାକୁ ଲାଗେ ଭାରି ଡର।

ଆସେ ତାକୁ ପୁଣି ଶହେ ଆଠ ଜର।

ଧାଇଁ ଯାଏ ଦେଖି ଅଣ୍ଡାବାର

ବାକି ସବୁଦିନ ବେଖବର।

ସହି ଯାଏ ସବୁ ଛାଟ ସିଏ ପିଠିଟି ତାର କାଠୁଆ।

ଆମରି ଗାଁର ନଟିଆ।

ଭଲ ନାଁ ତାର ନଟବର ଦାସ।

ଅଟେ ଭାରି ସିଏ ନାଟୁଆ।


ଚାଲିଗଲା ଶଗଡ଼ରେ ପୁରାଏ ହାତ।

ଗାଈ ,ମଇଁଷି ଠୁ କେତେ ଖାଇଛି ନାତ।

ପୋଖରୀ ପାଣିକୁ ସେ ନିଇତି ଘାଣ୍ଟେ।

ସେଇଥିପାଇଁ ତ ଦି ଖୁନ୍ଦା ଖାଏ ପୋଖରୀ ତୁଠେ।

ବାପା-ପାଇଁ ଚିନ୍ତା ପାଲଟିଛି ଭାରି ହେଲାଣି ସେ ମାଡୁଆ।

ଆମରି ଗାଁର ନଟିଆ।

ଭଲ ନାଁ ତାର ନଟବର ଦାସ।

ଅଟେ ଭାରି ସିଏ ନାଟୁଆ।


ପାଠ ପଢ଼ାରେ ସିଏ ଦିଏ ନାହିଁ ଧ୍ୟାନ।

ବହି ବସ୍ତାନିରେ ତାର ନାହିଁ ମନ।

ଆ..ବାଡିରୁ ପିଜୁଳି ତା.. ବାଡିରୁ କମଳା 

ଚୋରେଇ ଖାଏ ସେ ଦୁଇ ବେଳ।।

ଚାରି ହାତ,ତା ପାଇଁ ଚାରିକୋସ,ଏକ ନମ୍ୱର ସେ ଠାପୁଆ।

ଆମରି ଗାଁର ନଟିଆ।

ଭଲ ନାଁ ତାର ନଟବର ଦାସ।

ଅଟେ ଭାରି ସିଏ ନାଟୁଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children