ଘରେ ଘରେ ଉଡେ ତ୍ରିରଙ୍ଗା
ଘରେ ଘରେ ଉଡେ ତ୍ରିରଙ୍ଗା
ଘରେ ଘରେ ଆଜି ଉଡେ ତ୍ରିରଙ୍ଗା
ଶାନ୍ତି ମୈତ୍ରୀ ର ବାରତା ବହି
ଗୋଟିଏ ମା ର ସନ୍ତାନ ଆମେରେ
ଭିନ୍ନା ଭିନ୍ନ ର ସଂଶୟ କାହିଁ l
ତିନି ରଙ୍ଗର ପଣତ ଘୋଡେଇ ଦେଇ
ସ୍ନେହ ଶ୍ରଦ୍ଧା ର ପିୟୁଷ ଦେଇ
ସଭିଙ୍କୁ ଦେଇଛି ଅଭୟ କୋଳ ସେ
ସାରା ବିଶ୍ୱେ ଭାଇଚାରାର ବାର୍ତ୍ତା କହି l
ପତକା ତଳେ ଶପଥ ନିଅ ସର୍ବେ
ସଂକୀର୍ଣ୍ଣ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ
ମାତୃଭୂମି ଟେକ ରଖିବା ଅକ୍ଷୁର୍ଣ୍ଣ ସଦା
ନିଜ ଲହୁ ଲୁହ ନିଗାଡ଼ି ଦେଇ l
ପୁଣ୍ୟ ଭୂମି ଦେବ ଭୂମି ଭାରତ
ବିଶ୍ୱ ଗୁରୁ ରୂପେ ଦୁନିଆଁ ପୂଜଇ
ଏହାରି ବକ୍ଷରେ ଜନମ ଲଭିଛେ ସତେ
ଶତ ପୂଣ୍ୟଫଳ ର ସ୍ୱରୂପ ଏଇ l
ସ୍ୱାଧୀନ ଆମେରେ ସ୍ୱାଧୀନତା ଆମ ଅଧିକାର
ସ୍ୱାଧୀନ ଭାରତ ହୋଇଲା ଯାହାଙ୍କ ପାଇଁ
ଆତ୍ମ ବଳିଦାନ ହେବନି ବିଅର୍ଥ କେବେ
ଶପଥ ନେବା ମୋ ଭଉଣୀ ଭାଇ l
ଗଗନ ପବନ ଧରା ନାଦେ ପ୍ରକମ୍ପିତ
ଦେଶ ପ୍ରେମ ର ନାରା ଦେଇ
ଦେଶବାସୀ ହୃଦ ହେଉ ଉଦ୍ଭାସିତ ଆଜି
ଜାତୀୟତା ର ବହ୍ନି କୁ ନେଇ l