STORYMIRROR

Kalpana Kumari Pradhan

Others

4  

Kalpana Kumari Pradhan

Others

ରାକ୍ଷୀ

ରାକ୍ଷୀ

1 min
12


ସମୟ ର ପ୍ରଖର ଗତିରେ 

 ସବୁକିଛି ବଦଳି ଯାଇଛି 

ଧୂଳି ମାଟି ରେ ଖେଳୁଥିବା 

ଚପଳ ମନ ଟା ଆଜି 

ସଂସାର ଜଞ୍ଜାଳରେ 

ବାନ୍ଧି ହୋଇଯାଇଛି....

ବ୍ୟସ୍ତତା ଭିତରେ ସମସ୍ତେ ବ୍ୟସ୍ତ 

ଫେରି ଚାହିଁବାକୁ ଇଚ୍ଛା ନାହିଁ 

ଅବା କେବେ ଚେଷ୍ଟା କରିନି 

କିନ୍ତୁ ବର୍ଷକୁ ଥରେ 

ପୁଣି ରାକ୍ଷୀ ଆସିଛି....

ସେ ରାଗ,ରୁଷା 

ମାନ ଅଭିମାନ ତୁମ 

ସ୍ନେହ, ଆକଟ ସ୍ମୃତି ପଟେ 

ପୁଣି ଉଜ୍ଜୀବିତ ହୋଇଉଠୁଛି....

ଚିରାଚରିତ ରୀତି ରେ 

ମୁଁ ତୁମ ହାତରେ ରାକ୍ଷୀ ଟିଏ 

ବାନ୍ଧି ଦେଉଛି.....

କିନ୍ତୁ ସବୁବେଳେ ମନ

ଖୋଜୁଛି 

ତୁମର ସେ ଅମଳିନ ହସ 

କେତେ ଆତ୍ମ ବିଶ୍ୱାସ 

ସୁନେଲି ସ୍ବପ୍ନ, ଶତ ଗିରି 

କଂଟକିତ ପଥ ଅତିକ୍ରାନ୍ତ କରିବାର 

ଅଦମ୍ୟ ଉତ୍ସାହ, ମୋ ପାଇଁ 

ପ୍ରେରଣା ର ସିନ୍ଧୁ 

ମୋ ଅସମୟ ର ବନ୍ଧୁ 

ମୋ ପାଇଁ ରକ୍ଷା କବଚ 

ପୁଣି ହୋଇଯିବି ଚପଳମତି 

ଅବୁଝା ଝିଅଟେ 

ତୁମେ ପୁଣି ଶତ ସିଂହର ପରାକ୍ରମ 

ନେଇ ଜାଗ୍ରତ ହେବ 

ମଥା ପରେ ହାତ ରଖି 

ଆଶ୍ରିବାଦ ଦେବ, କହିବ 

ମୁଁ ଅଛି, ରହିଥିବି ତୋର 

ବିପଦ ଆପଦର ସାଥେ....

କଥା ଦେଲି, ହସୁଛି ହସୁଛି 

ହସୁଥିବି ଏହିମତେ.....



Rate this content
Log in